Home Top News ପୁଣେର ସାନିଟାଇଜର କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ୧୭ ଜଣଙ୍କର ମୃତ୍ୟୁ – ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୁଃଖ...

ପୁଣେର ସାନିଟାଇଜର କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ୧୭ ଜଣଙ୍କର ମୃତ୍ୟୁ – ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୁଃଖ ପ୍ରକାଶ

65

ପୁଣେ ୦୭ ଜୁନ୍ (ଓଡ଼ିଆ ପୁଅ) ପୁଣେର ଏକ ରାସାୟନିକ କାରଖାନାରେ ଏକ ବଡ଼ ଘରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରାଯାଉଛି। ଯେଉଁ କାରଖାନାରେ ନିଆଁ ଲାଗିଥିଲା, ସେଥିରେ ସାନିଟାଇଜର ପ୍ରସ୍ତୁତ ହେଉଥିବା କଥା କୁହାଯାଉଛି। ଅଧିକାଂଶ ମହିଳା ଏହି କାରଖାନାରେ କାମ କରୁଥିଲେ। ଏହି ଅଗ୍ନିକାଣ୍ଡରେ ୧୫ ଜଣ ମହିଳା ଏବଂ ୨ ପୁରୁଷ କାରଖାନାରୁ ବାହାରକୁ ଆସି ପାରି ନ ଥିବାରୁ ଏହି ଅଗ୍ନିକାଣ୍ଡରେ ମୋଟ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତଦେହ ବାହାର କରାଯାଇଛି। ଆଉ ୬ ଜଣ ନିଖୋଜ ଅଛନ୍ତି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି। ଘଟଣାସ୍ଥଳରେ ୮ ଟି ଅଗ୍ନିଶମ ଟେଣ୍ଡର ଉପସ୍ଥିତ ଅଛି। ନିଖୋଜ ଲୋକଙ୍କ ପାଇଁ ସନ୍ଧାନ ଚାଲିଛି।

୨ ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କେନ୍ଦ୍ର ଘୋଷଣା କରିଛି। ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ରାସାୟନିକ ପଦାର୍ଥ ରପ୍ତାନି କରୁଥିବା କମ୍ପାନୀ

ପିଏମଆରଡିଏ (ପୁଣେ ମହାନଗର ନିଗମ ବିକାଶ ପ୍ରାଧିକରଣ) ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ଯେ, ଏସଭିଏସ୍ ଆକ୍ୱା ଟେକ୍ନୋଲୋଜି ପ୍ଲାଣ୍ଟରେ ନିଆଁକୁ ଆୟତ୍ତ କରିବା ପାଇଁ ଅତି କମରେ ୬ ଟି ଦମକଳ ଗାଡ଼ି ପଠାଯାଇଥିଲା। କମ୍ପାନୀ ଅଧିକାରୀଙ୍କ କହିବାନୁସାରେ, ନିଆଁ ଲାଗିବା ପରେ ଅନେକ କର୍ମଚାରୀ ନିଖୋଜ ଅଛନ୍ତି ଏବଂ ସେମାନଙ୍କୁ ଖୋଜାଖୋଜି ଚାଲିଛି। କମ୍ପାନୀ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ଉତ୍ପାଦନ ଏବଂ ରପ୍ତାନି କରିଥାଏ ବୋଲି ସେ କହିଛନ୍ତି।

୧୫ ଜଣ ମହିଳା ଏବଂ ୨ ପୁରୁଷଙ୍କ ମୃତଦେହ ଉଦ୍ଧାର କରାଯାଇଛି

ମୁଖ୍ୟ ଅଗ୍ନିଶମ ଅଧିକାରୀ ପିଏମଆରଡି ପୁଣେ ଦେବେନ୍ଦ୍ର ପୋଟଫୋଣ୍ଡେ କହିଛନ୍ତି ଯେ ପ୍ଲାଷ୍ଟିକ ପ୍ୟାକିଂ ସମୟରେ ନିଆଁ ଲାଗିଯାଇଥିଲା। ଧୂଆଁ ଏତେ ଥିଲା ଯେ ମହିଳା ଶ୍ରମିକମାନେ ବାହାରିପାରିନଥିଲେ। ଆମେ ୧୭ ଟି ମୃତଦେହ ଉଦ୍ଧାର କରିଛୁ। ଏଥିମଧ୍ୟରେ ୧୫ ଜଣ ମହିଳା ଏବଂ ୨ ଜଣ ପୁରୁଷ ଅଛନ୍ତି। ଅନ୍ୟ କର୍ମଚାରୀମାନଙ୍କୁ ଖୋଜିବା ପାଇଁ ଅପରେସନ୍ ଚାଲିଛି।

୨୦ ଜଣଙ୍କୁ ଉଦ୍ଧାର କରାଯାଇଛି – ଅଗ୍ନିଶମ ବିଭାଗ

ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ, ନିଆଁ ଲାଗିବା ସମୟରେ ଏଠାରେ ୩୭ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବଂ ୨୦ ଜଣଙ୍କୁ ବାହାରକୁ ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.