Home ଜିଲ୍ଲା ପରିକ୍ରମା ସମାଜସେବୀ ଚକ୍ରଧର ଦାସଙ୍କ ସ୍ମୃତିସଭା

ସମାଜସେବୀ ଚକ୍ରଧର ଦାସଙ୍କ ସ୍ମୃତିସଭା

93

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସ୍ୱର୍ଗତଃ ଚକ୍ରଧର ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଇଂ ଅଭୟ ସୂତାରଙ୍କ ସଂଯୋଜନାରେ ଭଦ୍ରକ ବାଇପାସ୍‌ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତଃ ଦାସ ତାଙ୍କର ପ୍ରଥମିକ ଜୀବନରେ ଆନନ୍ଦପୁର ହାଇସ୍କୁଲରେ ଶିକ୍ଷକତା କରିଥିଲେ । ପରେ ଜିଲା ପଞ୍ଚାୟତ ଅଧିକାରୀ ଭାବେ ଦୀର୍ଘଦିନ ଯୋଗଦେଇ ଆଇଟିଡିଏସ୍ ନୀଳଗିରି ଓ ପରେ ସଚ୍ଚିବାଳୟରୁ ସହକାରୀ ସଚିବ ଭାବେ କାର୍ଯ୍ୟ କରି ଅବସର ନେଇ ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଥିଳେ । ସେ ଗାନ୍ଧି ବାଳାଶ୍ରମର ଦୀର୍ଘଦିନ ଧରି ଉପଦେଷ୍ଟା ଥିଲେ । ଭଦ୍ରକ ବାଇପାସ୍ ନିବାସୀ ସ୍ୱର୍ଗତଃ ଦାସ ତିହିଡି କାଁପଡାର ମୂଳ ବାସିନ୍ଦା ଥିଲେ ବି ଅବସର ପରେ ୧୯୯୫ ମସିହାରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ । ତାଙ୍କ ମଧ୍ୟମ ପୁତ୍ର ରାଜେନ୍ଦ୍ର ଦାସ ଧାମନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜୁ ଜନତା ଦଳର ଜଣେ ବରିଷ୍ଠ ସଦସ୍ୟ ଅଟନ୍ତି । ବାଇପାସ୍ ଛକରେ ଦୁର୍ଗାପୂଜା କମିଟି ଗଠନ କରି ତାର ପ୍ରତିଷ୍ଠାତା ତଥା ଆଜୀବନ ସଭାପତି ଥିଲେ । ସାଳନ୍ଦୀ ନଗର ନାଗରିକ କମିଟିର ବରିଷ୍ଠ ସଭ୍ୟ ଥିବା ସ୍ୱର୍ଗତ ଦାସ ଗତ ୩ ତାରିଖରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥାଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି କୋଭିଡ୍ ଗାଇଡ୍‌ଲାଇନ୍‌କୁ ମାନି ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଅଧିବକ୍ତା ଗଦାଧର ବଳ, ଶ୍ରୀହର୍ଷ ସ୍ୱାଇଁ, ଦୋଳଗୋବିନ୍ଦ ନାୟକ, ସୁରେନ୍ଦ୍ର ରାୟ, ସୂର୍ଯ୍ୟନାରାୟଣ ମହାନ୍ତି, ଗୋପୀନାଥ ରାୟ, ଅତିଶ ବେହେରା, ବ୍ରଜକିଶୋର ନାୟକ, ମହେଶ୍ୱର ଜେନା, ଅଭିମନ୍ୟୁ ସାହୁ, ରବିନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ୱଗର୍ତଃ ଦାସଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସ୍ମୃତିଚାରଣ ସଭାରେ ସ୍ୱର୍ଗତଃ ଦାସଙ୍କ ପୁତ୍ର ମନିନ୍ଦ୍ର ଦାସ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.