Home Coronavirus Outbreak ଏକା ଥରକେ ଓଡିଶାରେ ୧୬ନୂଆ କରୋନା ପଜିଟିଭ

ଏକା ଥରକେ ଓଡିଶାରେ ୧୬ନୂଆ କରୋନା ପଜିଟିଭ

816

ଭୁବନେଶ୍ୱର ୫-୪ (ଓଡ଼ିଆ ପୁଅ) ଏକା ଥରକେ ଓଡିଶାରେ ୧୬ନୂଆ କରୋନା ପଜିଟିଭ ଚିହ୍ନଟ। ୧୬ଜଣ ଆକ୍ରାନ୍ତ ଭୁବନେଶ୍ୱରର ବାସିନ୍ଦା। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ କୁ ବୃଦ୍ଧି। ଏ ନେଇ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।

ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ରାଜ୍ୟ ସୂଚନା ଲୋକ ସଂପର୍କ ସଚିବ ସଂଜୟ ସିଂହ ରାଜ୍ୟରେ କରୋନାଭାଇରସ୍ରେ ସଂକ୍ରମିତ ୨୩ ଜଣ ଥିବା ବେଳେ ଭୁବନେଶ୍ୱରରେ ୧୪ ଜଣ ଓ ଭଦ୍ରକରୁ ୩ ଜଣ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ବେଳେ କଟକ, ପୁରୀ, ଯାଜପୁର ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଚିକିତ୍ସାଧିନ ଅଛନ୍ତି। ୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏବଂ ୭୫ ଜଣ ପୃଥକବାସରେ ଅଛନ୍ତି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ୧୬୯୯ ଜଣଙ୍କର ଟେଷ୍ଟ ହୋଇଛି।

ତେବେ ଆଜି ଅପରାହ୍ଣରେ ଭୁବନେଶ୍ୱରରେ ୨ଟି ପଜିଟିଭ ଚିହ୍ନ ହୋଇଥିଲା। କପିଳ ପ୍ରସାଦରେ ଜଣେ ୭୦ ବର୍ଷିୟ ବ୍ୟକ୍ତିଙ୍କ ନମୂନା ପଜିଟିଭ ଆସିଥିଲା ଉକ୍ତ ବ୍ୟକ୍ତି ଜଣଙ୍କ ଅଷ୍ଟ୍ରେଲିଆରୁ ଫେରିଥିଲେ। ସେହିପରି ବମିଖାଲର ଜଣେ ଯୁବକ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଦିନକରେ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱରରେ ରେକର୍ଡ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.