Home Coronavirus Outbreak ରାଜ୍ୟରେ ପୁଣି ୧୪୧ କରୋନା ଆକ୍ରନ୍ତ ଚିହ୍ନଟ – ମୋଟ ସଂଖ୍ୟା ୨୨୪୫

ରାଜ୍ୟରେ ପୁଣି ୧୪୧ କରୋନା ଆକ୍ରନ୍ତ ଚିହ୍ନଟ – ମୋଟ ସଂଖ୍ୟା ୨୨୪୫

265

ଭୁବନେଶ୍ୱର ୨-୬ (ଓଡ଼ିଆ ପୁଅ) : ପୁଣି ରାଜ୍ୟରେ ୧୪୧ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ ରେ ପହଁଚିଛି। ଚିହ୍ନଟ ୧୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୩୧ ଜଣ ସ୍ଥାନୀୟ ବାସିନ୍ଦା। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୭, ଯାଜପୁରରୁ ୧୦, ଖୋର୍ଦ୍ଧାରୁ ୨୬, ବାଲେଶ୍ଵରରୁ ୨, କେନ୍ଦ୍ରାପଡ଼ାରୁ ୧୩, କଟକରୁ ୬, ପୁରୀରୁ ୫, ବଲାଙ୍ଗିରରୁ ୭, ଜଗତସିଂହପୁରରୁ ୪, ନୟାଗଡ଼ରୁ ୧, ସୁନ୍ଦରଗଡ଼ରୁ ୮, ନୂଆପଡ଼ାରୁ ୧୯, ଗଜପତିରୁ ୪, କେଉଁଝରରୁ ୪, ମୟୁରଭଞ୍ଜରୁ ୧, ଅନୁଗୁଳରୁ ୧, ଢେଙ୍କାନାଳରୁ ୨, ସମ୍ବଲପୁରରୁ ୧ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୯୧ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ୧୨୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୭ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.