Home ଓଡ଼ିଶା ୧୪ ମଇ ମଙ୍ଗଳବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

୧୪ ମଇ ମଙ୍ଗଳବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

1554

ମେଷ: ଘରେ ମିତ୍ର ଏବଂ ପରିଜନମାନଙ୍କର ଆବାଗମନରେ ଆନନ୍ଦର ମାହୌଲ ରହିବ। ଆକସ୍ମିକ ଉପହାରରେ ଖୁସି ମିଳିବ। ଆଜି ଆର୍ଥିକ ଲାଭ ମିଳିବାର ମଧ୍ୟ ସମ୍ଭାବନା ଅଛି। ଯାତ୍ରାର ପ୍ରସ୍ତୁତି କରିବେ। ଉତ୍ତମ ଭୋଜନ ମିଳିବ।

ବୃଷ : କାହା ସହିତ ଭୁଲ ବୁଝାବଣା ହୋଇପାରେ। ଖରାପ ସ୍ୱାସ୍ଥ୍ୟ ଆପଣଙ୍କ ମନକୁ ଉଦାସ କରିବ। ପରିଶ୍ରମର ଉଚିତ ପରିଣାମ ନ ପ୍ରାପ୍ତ କରିବା କାରଣରୁ ନିରାଶା ଅନୁଭବ କରିବେ। ଆଜି ଦିନ ଅଧିକ ଖର୍ଚ୍ଚ ପ୍ରମାଣିତ ହେବ।

ମିଥୁନ : ସାମାଜିକ, ଆର୍ଥିକ ତଥା ପାରିବାରିକ କ୍ଷେତ୍ରରେ ଲାଭ ହେବାର ସଂକେତ ଦେଖାଯାଉଛି। ସାମାଜିକ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ମିତ୍ରମାନଙ୍କ ତରଫରୁ ଲାଭ ମଧ୍ୟ ହେବ ଏବଂ ତାଙ୍କର ପଛରେ ଅର୍ଥ ମଧ୍ୟ ଖର୍ଚ୍ଚ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ଅନୁଭବ କରିବେ।

କର୍କଟ : ଚାକିରି ବ୍ୟବସାୟରେ ପଦାଧିକାରିମାନଙ୍କର ପ୍ରୋତ୍ସାହନରେ ଉତ୍ସାହ ବଢ଼ିବ। ବେତନ ବୃଦ୍ଧି କିମ୍ବା ପଦୋନ୍ନତି ସମାଚାର ମିଳିପାରେ। ମାନ ପ୍ରତିଷ୍ଠାରେ ବୃଦ୍ଧି ହେବାରୁ ଖୁସି ରହିବେ। ସ୍ଵାସ୍ଥ୍ୟ ଭଲ ରହିବ। ସରକାରୀ କାର୍ଯ୍ୟଗୁଡ଼ିକରେ ଅନୁକୂଳତା ରହିବ।

ସିଂହ : ଉଚ୍ଚ ପଦାଧିକାରିମାନଙ୍କଠାରୁ ଆଜି ଦୂରରେ ରହିଲେ ଭଲ, କାର୍ଯ୍ୟକ୍ଷେତ୍ରରେ ଚିନ୍ତା ରହିପାରେ। କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଆବଶ୍ୟକ। ଧାର୍ମିକ କାର୍ଯ୍ୟଗୁଡ଼ିକ କିମ୍ବା ଯାତ୍ରାରେ ଭକ୍ତି ଭାବ ପ୍ରକଟ ହୋଇପାରେ। ମାନସିକ ଅଶାନ୍ତି ଦୂର ହେବ।

କନ୍ୟା : ମନକୁ ନିୟନ୍ତ୍ରଣରେ ରଖିବେ। ବିବାଦର ଆଶଂକା ଅଛି। ଶତ୍ରୁ ହଇରାଣ କରିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଦିନ ଅନୁକୂଳ ଅଟେ। ଜଲକ୍ଷେତ୍ରର ଆଖ ପାଖରେ ସଜାଗ ରୁହନ୍ତୁ। ଅତ୍ୟଧିକ ଖର୍ଚ୍ଚ ହେବ। ରହସ୍ୟମୟୀ କଥାଗୁଡ଼ିକରେ ରୁଚି ରହିବ।

ତୁଳା : ମିତ୍ରମାନଙ୍କୁ ଆମନ୍ତ୍ରିତ କରିବେ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ କିମ୍ବା ପ୍ରିୟତମା ସହିତ ସମୀପର ଆନନ୍ଦ ମିଳିବ। ନୂଆ ବସ୍ତ୍ରାଲଙ୍କାର କିଣିବା କିମ୍ବା ପରିଧାନ ବନାଇବା ପାଇଁ ସମୟ ଆସିବ। ସାର୍ବଜନିକ ମାନ-ସମ୍ମାନର ଅଧିକାରୀ ହେବେ।

ବିଚ୍ଛା : ଆଜିର ଦିନ କିଛି ଆକସ୍ମିକ ଘଟଣା ଘଟିବ। ହାତକୁ ଆସିଥିବା ଦ୍ରବ୍ୟ କିମ୍ବା ସୁବିଧା ହାତରୁ ଗଲା ପରି ପ୍ରତୀୟମାନ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ମତଭେଦ ହୋଇପାରେ। ଆୟ ଅପେକ୍ଷା ବ୍ୟୟର ମାତ୍ରା ଅଧିକ ରହିବ।

ଧନୁ : ପେଟରେ ଅସୁବିଧା ହୋଇପାରେ। କାର୍ଯ୍ୟର ଅସଫଳତା ଆପଣଙ୍କୁ ହତାଶା କରିବ। କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ଉପଦେଶ। ସାହିତ୍ୟ, ଲେଖନ ତଥା କଳା ପ୍ରତି ଗଭୀର ରୁଚି ରଖିବେ। ପ୍ରିୟଜନମାନଙ୍କ ସହିତ ସାକ୍ଷାତକରି ରୋମାଞ୍ଚକ ରହିବ।

ମକର : ଅସୁସ୍ଥତା ଅନୁଭବ ହେବ। ମନରେ ଚିନ୍ତାର ଭାବନା ରହିବ। ପରିବାରର ସଦସ୍ୟମାନଙ୍କ ସହିତ ମନମାଳିନ୍ୟ କିମ୍ବା ଯୁକ୍ତି ହେବାରୁ ମନରେ ଆଘାତ ଲାଗିବ। ମହିଳା ବର୍ଗଙ୍କୁ କୌଣସି କ୍ଷତି ହୋଇପାରେ। ଧନ ଖର୍ଚ୍ଚ ଏବଂ ଅପଯଶରୁ ବଞ୍ଚନ୍ତୁ।

କୁମ୍ଭ : ଉତ୍ସାହରେ ବୃଦ୍ଧି ହେବ। ଗୁରୁଜନ ଏବଂ ମିତ୍ରମାନଙ୍କ ତରଫରୁ ଲାଭର ଅପେକ୍ଷା ରଖିପାରନ୍ତି। ପ୍ରିୟ ବ୍ୟକ୍ତିମାନଙ୍କ ସହିତ ଏବଂ ଦାମ୍ପତ୍ୟଜୀବନରେ ଅଧିକ ଘନିଷ୍ଠତା ଅନୁଭବ କରିବେ। ଆର୍ଥିକ ଲାଭ ଏବଂ ସାମାଜିକ ମାନ ପ୍ରତିଷ୍ଠା ମିଳିବ।

ମୀନ : ଆର୍ଥିକ ଆୟୋଜନ କରିବା ପାଇଁ ଆଜି ଶୁଭ ଦିନ ଅଟେ। ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆୟ ବଢ଼ିବ। ପରିବାରରେ ସୁଖ-ଶାନ୍ତିର ବାତାବରଣ ରହିବ। ସୁରୁଚିପୂର୍ଣ୍ଣ ଭୋଜନ ପ୍ରାପ୍ତ ହେବ। ସ୍ଵାସ୍ଥ୍ୟ ଭଲ ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.