Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଟେଲିକମ ଓ ବିଦ୍ୟୁତ ବିଭାଗର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ୭ ଦିନ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଟେଲିକମ ଓ ବିଦ୍ୟୁତ ବିଭାଗର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ୭ ଦିନ ମଧ୍ୟରେ ଭଏସ କଲୁ ସେବା ସ୍ବାଭାବିକ ହେବ

500

ଭୁବନେଶ୍ବର, ୧୩.୫ (ଓଡ଼ିଆ ପୁଅ) କେନ୍ଦ୍ର ଟେଲିକମ ଓ ବିଦ୍ୟୁତ ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଫନି ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଓ ଟେଲିକମ ସେବା ପୁନରୁଦ୍ଧାର ସଂପର୍କରେ ଆଲୋଚନା କରିଥିଲେ। କ୍ଷତିଗ୍ରସ୍ତ ଅଞ୍ଚଳରେ ଟେଲିକମ, ବିଦ୍ୟୁତ ଓ ବ୍ୟାଙ୍କ ସେବା ପୁନଃ ସଂସ୍ଥାପନା ନିମନ୍ତେ ଏହି ବିଭାଗ ଦ୍ବୟ ରାଜ୍ୟ ସରକାରଙ୍କ ସହ ଉପଯୁକ୍ତ ସମୟ ରଖି କାର୍ଯ୍ୟ କରୁଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ଖୁବଶୀଘ୍ର ପ୍ରଭାବିତ ଅଞ୍ଚଳରେ ଉପରୋକ୍ତ ସେବା କ୍ଷେତ୍ରରେ ଯେପରି ସ୍ବାଭାବିକ ଅବସ୍ଥା ଶୀଘ୍ର ଫେରିଆସିବ, ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ଉପକୂଳ ଅଞ୍ଚଳରେ ବିଦ୍ୟୁତ ଓ ଟେଲି ଯୋଗାଯୋଗ ଭିତ୍ତିଭୂମିକୁ ବିପର୍ଯ୍ୟୟ ପ୍ରତିରୋଧ ସଂପନ୍ନ କରିବା ପାଇଁ ଦୀର୍ଘମୀଆଦି ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଆସନ୍ତା ୭ ଦିନ ମଧ୍ୟରେ ଫନି ପ୍ରଭାବିତ ଅଞ୍ଚଳରେ ଭଏସ ସେବା ପୁନଃ ସଂସ୍ଥାପିତ ହେବ ବୋଲି ବୈଠକରେ ବିଭାଗୀୟ ଅତିରିକ୍ତ ସଚିବ ସୂଚନା ଦେଇଥିଲେ । ସେହିପରି ଅଟ୍ରି ଠାରୁ ପୁରୀ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ୨୨୦ କେଭି ଲାଇନ୍‌ର ପୁନରୁଦ୍ଧାର Power Grid Corporation of India Ltd. ନେବ ବୋଲି ବୈଠକରୁ ଜଣାଯାଇଛି। ଆସନ୍ତା ମଇ ୩୧ ତାରିଖ ପର୍ଯ୍ୟନ୍ତ ଭାରତ ସରକାରଙ୍କର ସରକାରୀ ଉଦ୍ୟୋଗର କର୍ମଚାରୀ ମାନେ ପ୍ରଭାବିତ ଅଞ୍ଚଳରେ Transmission and Distribution line ପୁନଃ ସଂସ୍ଥାପନ ନିମନ୍ତେ ସହଯୋଗ ଜାରି ରଖିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ବ୍ୟାଙ୍କ ସେବା ସ୍ୱାଭାବିକ କରିବା ପାଇଁ Telecom Department ତ୍ବରିତ ପଦକ୍ଷେପ ନେଇଛି ବୋଲି ବୈଠକରୁ ଜଣାଯାଇଛି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଶକ୍ତି ସଚିବ, ଉନ୍ନୟନ କମିଶନର, ଟେଲିକମ ବିଭାଗର ଅତିରିକ୍ତ ସଚିବ, NTPCର ଅଧ୍ୟକ୍ଷ, PGCIL) ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.