Home Coronavirus Outbreak ରାଜ୍ୟରେ ପୁଣି କରୋନା ନେଲା ୧୪ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୪୭୦ କୁ ବୃଦ୍ଧି

ରାଜ୍ୟରେ ପୁଣି କରୋନା ନେଲା ୧୪ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୪୭୦ କୁ ବୃଦ୍ଧି

114


ଭୁବନେଶ୍ୱର ୨୯-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୪ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୪୭୦ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ବାଲେଶ୍ୱର ଜିଲ୍ଲାରୁ ୨ ଜଣ
ବରଗଡ଼ ଜିଲ୍ଲାରୁ ଜଣେ
କଟକ ଜିଲ୍ଲାରୁ ୨ ଜଣ
ଜଗତସିଂହପୁର ଜିଲ୍ଲାରୁ ୨ ଜଣ
ଯାଜପୁର ଜିଲ୍ଲାରୁ ଜଣେ
ଖୋର୍ଦ୍ଦା ଜିଲ୍ଲାରୁ ୨ ଜଣ
ମାଲକାନଗିରି ଜିଲ୍ଲାରୁ ୨ ଜଣ
ପୁରୀ ଜିଲ୍ଲାରୁ ଜଣେ
ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ

ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚିକିତ୍ସିତ ହେଉଥିବା ବେଳେ ୧୪ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

୧- ବାଲେଶ୍ୱର ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୨- ବାଲେଶ୍ୱର ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ଆସ୍ଥମା ରୋଗରେ ପୀଡିତ ଥିଲେ।

୩- ବରଗଡର ଜଣେ ୭୭ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୪- ଭୁବନେଶ୍ୱରର ୪୫ ବର୍ଷ ବୟସ୍କା ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫- ଭୁବନେଶ୍ୱରର ଜଣେ ୭୭ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୬- କଟକ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୭- କଟକ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।

୮- ଜଗତସିଂହପୁର ଜିଲ୍ଲାର ୩୦ ବର୍ଷ ବୟସ୍କା ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୯- ଜଗତସିଂହପୁର ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୦- ଯାଜପୁର ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୧୧- ମାଲକାନଗିରି ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ସେରେବ୍ରୋଭାସ୍କୁଲାର ଦୁର୍ଘଟଣାରେ ମଧ୍ୟ ପୀଡିତ ଥିଲେ।

୧୨- ମାଲକାନଗିରି ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ।

୧୩- ପୁରୀ ଜିଲ୍ଲାର ୭୧ ବର୍ଷ ବୟସ୍କ ପୁରୁଷ।

୧୪- ସୁନ୍ଦରଗଡର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.