Home Coronavirus Outbreak କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୪କୁ...

କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୪କୁ ବୃଦ୍ଧି

318

କେନ୍ଦ୍ରାପଡ଼ା ୧୪-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୪ରେ ପହଞ୍ଚିଛି।ଏମାନେ ସମସ୍ତେ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ରାଜକନିକା ବ୍ଲକର ସଙ୍ଗରୋଧ କେନ୍ଦ୍ରରେ ଏମେନ୍ ଥିଲେ ଏବଂ ଏମାନେ ସମସ୍ତେ ସୁରାଟ ଫେରନ୍ତା ବୋଲି ସୂଚନା ଦିଆଯାଇଛି।

ଏହି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନାଯୋଗ୍ୟଯେ, ଆଜି ସକାଳେ  ୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପହଁଞ୍ଚିଥିଲା। ୭୩ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୪୨ଜଣ ଏମାନେ ସମସ୍ତେ ସୁରାଟ୍‌ ଫେରନ୍ତା ବୋଲି କୁହାଯାଇଛି।
ସେହିପରି ଯାଜପୁରର ୧୭ଜଣ ଏବଂ ସୁନ୍ଦରଗଡ଼ରୁ ୨ଜଣ ରହିଛନ୍ତି। ଭଦ୍ରକ ଜିଲ୍ଲାରୁ ପୁଣି ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭଦ୍ରକ ୯ ଜଣଙ୍କ ମଧ୍ୟରୁ ୫ ସୁରାଟ ଫେରନ୍ତା, ୩ ପଶ୍ଚିମବଙ୍ଗ ଫେରନ୍ତା ଏବଂ ଜଣେ କର୍ଣ୍ଣାଟକ ଫେରନ୍ତା ବୋଲି ଜଣାପଡ଼ିଛି। ସେହିପରି ଖୋର୍ଦ୍ଧାରୁ ୩ ସୁରାଟ ଫେରନ୍ତା। ଯାଜପୁରରୁ ୧୭ ପଶ୍ଚିମବଙ୍ଗ ଫେରନ୍ତା ଏବଂ ସୁନ୍ଦରଗଡ଼ରୁ ୨ କଣ୍ଟେଣ୍ଟମେଣ୍ଟ ଜୋନରୁ ବୋଲି କୁହାଯାଇଛି। ତେବେ ସୁନ୍ଦରଗଡ଼ କଣ୍ଚେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ତେବେ ରାଜ୍ୟରେ ଏ ପର୍ଯ୍ୟନ୍ତ ୬୨୪ ଜଣ ଆକ୍ରାନ୍ତ ହୋଇଛନ୍ତି। ୧୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୪୭୮ ଜଣ ସକ୍ରୀୟ ଆକ୍ରାନ୍ତ ଅଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.