Home ଓଡ଼ିଶା କରୋନା ମୁକାବିଲା ଦିଗରେ ସରପଞ୍ଚଙ୍କୁ ସମର୍ଥନ କରୁନି ପୁଲିସ , ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସରପଞ୍ଚ

କରୋନା ମୁକାବିଲା ଦିଗରେ ସରପଞ୍ଚଙ୍କୁ ସମର୍ଥନ କରୁନି ପୁଲିସ , ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସରପଞ୍ଚ

245

ହାଟଡ଼ିହି-୧୪/୫, ସଂପ୍ରତି ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିବା ସହିତ ପ୍ରତି ପଞ୍ଚାୟତରେ କୋଭିଡ-୧୯ଲାଗି ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଏହି ଚିକିତ୍ସାକେନ୍ଦ୍ର ନିର୍ମାଣ କ୍ଷେତ୍ରରେ ପୁଲିସ ବାଧକ ସାଜୁଥିବା ନେଇ ଧନୁର୍ଜୟପୁର ସରପଞ୍ଚ ଅନ୍ନପୁର୍ଣ୍ଣା ରାଉତ ଅଭିଯୋଗ କରିଛନ୍ତି । ଶ୍ରୀମତୀ ଅନ୍ନପୁର୍ଣ୍ଣା ରାଉତ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ତାଙ୍କ ପଞ୍ଚାୟତରେ ୨୫୪ଜଣ ପ୍ରବାସୀ ଓଡିଆ ତାଙ୍କ ପଞ୍ଚାୟତକୁ ଫେରିବାକୁ ନାମ ପଞ୍ଜିକୃତ କରିଥିବାବେଳେ ତାଙ୍କ ପଞ୍ଚାୟତରେ ସେତିକି ପରିମାଣର ବେଡ ବ୍ୟବସ୍ଥା କରାଯାଇ ପାରି ନାହିଁ । ସେ ଧନୁର୍ଜୟପୁର ହାଇସ୍କୁଲରେ ୧୦୦ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ନିର୍ମାଣ କରୁଥିବାବେଳେ ଏହି ହାଇସ୍କୁଲରେ ବିଦ୍ୟୁତ ବ୍ୟବସ୍ଥା, ଶୌଚାଳୟ, ପାନୀୟଜଳର କୌଣସି ବ୍ୟବସ୍ଥା ନାହିଁ । ଏଥିଲାଗି ସେ ଯୁଦ୍ଧକାଳୀନ ଭିତ୍ତିରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରୁଥିବାବେଳେ ସୋସୋ ପୁଲିସ ସବୁବେଳେ ବିରୋଧ କରି ଆସୁଛି । ଶୌଚାଳୟ ନିର୍ମାଣ ପାଇଁ ଗତ ୬ଦିନ ତଳେ ସେ ବିବେକାନନ୍ଦ ରାଉତଙ୍କ ଜରିଆରେ ମେଣ୍ଟାଲ ପଥର ଆଣୁଥିବାବେଳେ ସୋସୋ ପୁଲିସ ଗାଡିକୁ ଅଟକାଇ ଥାନାକୁ ନେଇ ଯାଇଛି । ସମସ୍ତ କାଗଜପତ୍ର ଦେଖାଇଥିଲେବି ସେ ଗାଡିକୁ ଆଜି ପର୍ଯ୍ୟନ୍ତ ଛାଡୁ ନଥିବା ଅନ୍ନପୁର୍ଣ୍ଣା ରାଉତ ଅଭିଯୋଗ କରିଛନ୍ତି । ସେହିପରି ଗତ ତିନିଦିନ ତଳେ ଏହି ଅସ୍ଥାୟୀ ଚିକିତ୍ସାକେନ୍ଦ୍ରର ରସ୍ତା ନିର୍ମାଣ ପାଇଁ ମୋରମ ଅଣାଯାଉଥିବା ବେଳେ ପୁଲିସ ଗୋଡାଇ ଗୋଡାଇ ତାଙ୍କ ଘର ପର୍ଯ୍ୟନ୍ତ ଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ପୁଲିସ ତାଙ୍କ ଉପରେ ଆକ୍ରୋସ ମୁଳକ ମନୋଭାବ ରଖି ଏପରି କରୁଥିବା ସେ ଅଭିଯୋଗ କରିବା ସହ ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳ, ଏସ.ପି, ୫ଟି ସଚିବ ପ୍ରମୁଖଙ୍କୁ ଜଣାଇ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଯଦି ପ୍ରଶାସନ ସହଯୋଗ ନକରେ ତେବେ ଏହି ଅସ୍ଥାୟୀ ଚିକିତ୍ସାକେନ୍ଦ୍ର କିପରି ସମ୍ପୁର୍ଣ୍ଣ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.