Home Coronavirus Outbreak ଆଜି ରାଜ୍ୟରେ କରୋନା ନେଲା ୧୨ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୧୨୮୪ କୁ...

ଆଜି ରାଜ୍ୟରେ କରୋନା ନେଲା ୧୨ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୧୨୮୪ କୁ ବୃଦ୍ଧି

75

ଭୁବନେଶ୍ୱର ୨୮-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ କରୋନା ନେଇଛି ୧୨ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୨୮୪ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ନବରଙ୍ଗପୁରର ଜଣେ
ଭୁବନେଶ୍ୱରର ୨ ଜଣ
ପୁରୀ ଜିଲ୍ଲରୁ ଜଣେ
ସୁନ୍ଦରଗଡ ଜିଲ୍ଲାର ଜଣେ
ଝାରସୁଗୁଡା ଜିଲ୍ଲାର ୨ ଜଣ
ସମ୍ବଲପୁର ଜିଲ୍ଲାର ଜଣେ
କଟକ ଜିଲ୍ଲାର ଜଣେ
ଗଞ୍ଜାମ ଜିଲ୍ଲାର ଜଣେ
ନୁଆପଡା ଜିଲ୍ଲାର ୨ ଜଣ

ମୃତକଙ୍କ ବିଷୟରେ –

୧- ନବରଙ୍ଗପୁରର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୨- ଭୁବନେଶ୍ୱରର ୫୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୩- ପୁରୀର ୮୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, T2DM, COPD ରେ ମଧ୍ୟ ପୀଡିତ ଥିଲେ।

୪- ସୁନ୍ଦରଗଡ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କ ପୁରୁଷ ଯିଏକି CVA, ଡାଇବେଟିସ୍ ମେଲିଟସ୍, ଉଚ୍ଚ ରକ୍ତଚାପ, CKD ରେ ମଧ୍ୟ ପୀଡିତ ଥିଲେ।

୫- ଝାରସୁଗୁଡା ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୬- ଝାରସୁଗୁଡା ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୭- ଭୁବନେଶ୍ୱରର ଜଣେ ୭୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।

୮- ସମ୍ବଲପୁର ଜିଲ୍ଲାର ଜଣେ ୫୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯- କଟକ ଜିଲ୍ଲାର ଜଣେ ୩୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୦- ଗଞ୍ଜାମ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୧- ନୁଆପଡା ଜିଲ୍ଲାର ଜଣେ ୨୨ ବର୍ଷ ବୟସ୍କ ପୁରୁଷ।

୧୨- ନୁଆପଡା ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.