Home Coronavirus Outbreak କରୋନା ନେଲା ୧୧ ମୁଣ୍ଡ, ମୋଟ ମୃତ୍ୟୁ ସଂଖ୍ୟା ୭୨୧ କୁ ବୃଦ୍ଧି

କରୋନା ନେଲା ୧୧ ମୁଣ୍ଡ, ମୋଟ ମୃତ୍ୟୁ ସଂଖ୍ୟା ୭୨୧ କୁ ବୃଦ୍ଧି

83

ଭୁବନେଶ୍ୱର ୨୨-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଇଛି ୧୧ ମୁଣ୍ଡ। ଆଜି ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ମୋଟ ମୃତ୍ୟୁ ସଂଖ୍ୟା ୭୨୧ କୁ ବୃଦ୍ଧି ପାଇଛି। ତେବେ –

ବାଲେଶ୍ୱର ଜିଲ୍ଲାରୁ ୨ ଜଣ

ଭଦ୍ରକ ଜିଲ୍ଲାରୁ ଜଣେ,

ବଲାଙ୍ଗୀର ଜିଲ୍ଲାରୁ ୨ ଜଣ,

ଗଞ୍ଜାମ ଜିଲ୍ଲାରୁ ୨ ଜଣ ,

ଖୋର୍ଦ୍ଦା ଜିଲ୍ଲାରୁ ଜଣେ,

ମାଲକାନଗିରି ଜିଲ୍ଲାରୁ ୨ ଜଣ,

ପୁରୀ ଜିଲ୍ଲାରୁ ଜଣେ

ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଜାଣନ୍ତୁ ମୃତକଙ୍କ ବିଷୟରେ

୧- ବାଲେଶ୍ୱର ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨- ବାଲେଶ୍ୱର ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ମହିଳା ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୩- ଭଦ୍ରକ ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪- ଭୁବନେଶ୍ୱରର ୯୦ ବର୍ଷ ବୟସ୍କ ପୁରୁଷ।

୫- ବଲାଙ୍ଗୀର ଜିଲ୍ଲାର ଜଣେ ୪୨ ବର୍ଷ ବୟସ୍କା ମହିଳା ଯିଏ ଫୁସଫୁସର ଆଡେନୋକାର୍କିନୋମା ରୋଗରେ ପୀଡିତ ଥିଲେ।

୬- ବଲାଙ୍ଗୀର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏକି ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।

୭- ଗଞ୍ଜାମ ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ।

୮- ଗଞ୍ଜାମ ଜିଲ୍ଲାର ଜଣେ ୭୭ ବର୍ଷ ବୟସ୍କ ପୁରୁଷ।

୯- ମାଲକାନଗିରି ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୦- ମାଲକାନଗିରି ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ।

୧୧- ପୁରୀ ଜିଲ୍ଲାର ୫୧ ବର୍ଷ ବୟସ୍କ ପୁରୁଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.