Home Coronavirus Outbreak ରାଜ୍ୟରେ ପୁଣି କରୋନା ନେଲା ୧୧ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୫୯୧ କୁ ବୃଦ୍ଧି

ରାଜ୍ୟରେ ପୁଣି କରୋନା ନେଲା ୧୧ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୫୯୧ କୁ ବୃଦ୍ଧି

81

ଭୁବନେଶ୍ୱର ୦୪-୦୯ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୧ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୫୯୧ କୁ ବୃଦ୍ଧି ପାଇଛି।
ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଭଦ୍ରକ ଜିଲ୍ଲାରୁ ଜଣେ,
କଟକ ଜିଲ୍ଲାରୁ ୨ ଜଣ,
ଗଞ୍ଜାମ ଜିଲ୍ଲାରୁ ଜଣେ,
ଖୋର୍ଦ୍ଦା ଜିଲ୍ଲାରୁ ୨ ଜଣ,
କୋରାପୁଟ ଜିଲ୍ଲାରୁ ଜଣେ,
ନୟାଗଡ଼ ଜିଲ୍ଲାରୁ ଜଣେ,
ପୁରୀ ଜିଲ୍ଲାରୁ ୨ ଜଣ,
ରାୟଗଡ଼ା ଜିଲ୍ଲାରୁ ଜଣେ,


ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚିକିତ୍ସିତ ହେଉଥିବା ବେଳେ ୧୧ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

୧- ଭଦ୍ରକ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କ ପୁରୁଷ।

୨- ଭୁବନେଶ୍ୱରର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩- ଭୁବନେଶ୍ୱରର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୪- କଟକ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ, ପାର୍କିନ୍ସନିଜିମ୍, କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ, କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୫- କଟକ ଜିଲ୍ଲାର ଜଣେ ୪୯ ବର୍ଷ ବୟସ୍କ ପୁରୁଷ।

୬- ଗଞ୍ଜାମ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭- କୋରାପୁଟ ଜିଲ୍ଲାର ଜଣେ ୭୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୮- ନୟାଗଡ଼ ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୯- ପୁରୀ ଜିଲ୍ଲାର ଜଣେ ୧୭ ବର୍ଷ ବୟସ୍କା ମହିଳା।

୧୦- ପୁରୀ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ, କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୧- ରାୟଗଡା ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.