Home Coronavirus Outbreak ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୧୯୭ କୁ ବୃଦ୍ଧି

ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୧୯୭ କୁ ବୃଦ୍ଧି

99

ଭୁବନେଶ୍ୱର ୨-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୯୭ କୁ ବୃଦ୍ଧି ପାଇଛି।

ଗଞ୍ଜାମରୁ ୪ ଜଣ, ଖୋର୍ଦ୍ଧାରୁ ୩ ଜଣ, କଳାହାଣ୍ଡି, ଯାଜପୁର ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଅନ୍ୟ କାରଣରୁ ଗଜପତି ଜିଲ୍ଲାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୩୯ ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୦ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- ସୁନ୍ଦରଗଡ ଜିଲ୍ଲାର ଜଣେ ୭୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ, ଇସକେମିକ୍ ହାର୍ଟ ରୋଗ ଏବଂ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ରେ ମଧ୍ୟ ପୀଡିତ ଥିଲେ।

୨- ଖୋର୍ଦ୍ଧା ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩- ଗଞ୍ଜାମ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ।

୪- ଭୁବନେଶ୍ୱରର ଜଣେ ୭୮ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ ଏବଂ ଡିଲେଟେଡ୍ କାର୍ଡିଓ ମାୟୋପାଥିରେ ମଧ୍ୟ ପୀଡିତ ଥିଲେ।

୫- ଯାଜପୁର ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୬- ଗଞ୍ଜାମ ଜିଲ୍ଲାର ଜଣେ ୯୪ ବର୍ଷ ବୟସ୍କା ମହିଳା।

୭- ଗଞ୍ଜାମ ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କା ମହିଳା।

୮- ଖୋର୍ଦ୍ଧା ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୯- ଗଞ୍ଜାମ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୧୦- କଳାହାଣ୍ଡି ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ବିସ୍ତାରିତ ଯକ୍ଷ୍ମା ଏବଂ ଡ୍ରଗ୍ ଦ୍ୱାରା ହେପାଟାଇଟିସ୍ ରୋଗରେ ପୀଡିତ ଥିଲେ।

ଗଜପତିଜିଲ୍ଲାରେ ୧, ୬୦୧ [+୯୧] ଜଣ ସଂକ୍ରମିତ ହୋଇଥିବା ବେଳେ ୭୩୭ [+୯୦] ଜଣ ସକ୍ରୀୟ ଅଛନ୍ତି। ୮୫୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୧୦, ୯୯୨ [+୩୨୦] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୪୦୨ [+୩୧୬] ଜଣ ସକ୍ରୀୟ ଅଛନ୍ତି। ୭, ୪୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୩ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୬ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୧, ୩୪୫ [+୫୭] ଜଣ ସଂକ୍ରମିତ ହୋଇଥିବା ବେଳେ ୩୦୭ [+୫୬] ଜଣ ସକ୍ରୀୟ ଅଛନ୍ତି। ୧, ୦୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୫୫ [+୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୮ [+୧୭] ଜଣ ସକ୍ରୀୟ ଅଛନ୍ତି। ୧୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲାରେ ୪, ୭୦୩ [+୨୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୭୫୦ [+୨୧୫] ଜଣ ସକ୍ରୀୟ ଅଛନ୍ତି। ୧, ୯୧୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ୧, ୫୧୧ [+୭୬] ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୪ [+୭୫] ଜଣ ସକ୍ରୀୟ ଅଛନ୍ତି। ୮୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.