Home Coronavirus Outbreak ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୧୮୭ କୁ ବୃଦ୍ଧି

ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୧୮୭ କୁ ବୃଦ୍ଧି

165

ଭୁବନେଶ୍ୱର ୧-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୮୭ କୁ ବୃଦ୍ଧି ପାଇଛି।
ଗଞ୍ଜାମରୁ ୫ ଜଣ, ଖୋର୍ଦ୍ଧାରୁ ୩ ଜଣ, ଗଜପତି ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୦ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।
୧- ଗଞ୍ଜାମ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨- ଭୁବନେଶ୍ୱରର ଜଣେ ୬୨ ବର୍ଷ ବୟସ୍କ ପୁରୁଷ।
୩- ଭୁବନେଶ୍ୱରର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ଅନିୟନ୍ତ୍ରିତ ମଧୁମେହରେ ପୀଡିତ ଥିଲେ।
୪- ଗଞ୍ଜାମ ଜିଲ୍ଲାର ଜଣେ ୪୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।
୫- ସୁନ୍ଦରଗଡ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କରୋନାରୀ ଧମନୀ ରୋଗରେ ମଧ୍ୟ ପୀଡିତ ଥିଲେ।
୬- ଗଞ୍ଜାମ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୭- ଗଞ୍ଜାମ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।
୮- ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୯- ଖୋର୍ଦ୍ଧା ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଯିଏ ଅନିୟନ୍ତ୍ରିତ ମଧୁମେହରେ ପୀଡିତ ଥିଲେ।
୧୦- ଗଜପତି ଜିଲ୍ଲାର ଜଣେ ୪୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

ଗଜପତିଜିଲ୍ଲାରେ ୧, ୫୧୦ [+୧୦୮] ଜଣ ସଂକ୍ରମିତ ହୋଇଥିବା ବେଳେ ୬୯୬ [+୧୦୭] ଜଣ ସକ୍ରୀୟ ଅଛନ୍ତି। ୮୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୧୦, ୬୭୨ [+୩୦୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୨୨୫ [+୩୦୩] ଜଣ ସକ୍ରୀୟ ଅଛନ୍ତି। ୭, ୩୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୯ [+୫]  ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୬ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲାରେ ୪, ୪୮୫ [+୨୮୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୬୯୭ [+୨୮୨] ଜଣ ସକ୍ରୀୟ ଅଛନ୍ତି। ୧, ୭୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ୧, ୪୩୫ [+୬୨] ଜଣ ସଂକ୍ରମିତ ହୋଇଥିବା ବେଳେ ୫୯୭ [+୬୧] ଜଣ ସକ୍ରୀୟ ଅଛନ୍ତି। ୮୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.