Home Coronavirus Outbreak ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୧୬୯ କୁ ବୃଦ୍ଧି

ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୧୬୯ କୁ ବୃଦ୍ଧି

179

ଭୁବନେଶ୍ୱର ୩୦-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୬୯ କୁ ବୃଦ୍ଧି ପାଇଛି।

ଗଞ୍ଜାମରୁ ୪ ଜଣ, ଖୋର୍ଦ୍ଧାରୁ ୨ ଜଣ, ନୟାଗଡ଼, ରାୟଗଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୦ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- ସମ୍ବଲପୁର ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୨- ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୩- ଗଞ୍ଜାମ ଜିଲ୍ଲାର ଜଣେ ୪୩ ବର୍ଷ ବୟସ୍କ ପୁରୁଷ।

୪- ଗଞ୍ଜାମ ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ।

୫- ନୟାଗଡ଼ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ କି ୟୁରେମିକ୍ ଏନସେଫାଲୋପାଥି ସହିତ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୬- ଗଞ୍ଜାମ ଜିଲ୍ଲାର ଜଣେ ୩୩ ବର୍ଷ ବୟସ୍କ ପୁରୁଷ।

୭- ଗଞ୍ଜାମ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।

୮- ସୁନ୍ଦରଗଡ ଜିଲ୍ଲାର ଜଣେ ୭୧ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୯- ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୦- ରାୟଗଡା ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.