Home ଓଡ଼ିଶା ଆଶ୍ଚର୍ଯ୍ୟ! ଚଳନ୍ତା କାରରେ ଶୋଇଥିବା ମା’ କୋଳରୁ ଖସି ପଡ଼ିଲା ୧ ବର୍ଷର ଝିଅ, ମା’କୁ...

ଆଶ୍ଚର୍ଯ୍ୟ! ଚଳନ୍ତା କାରରେ ଶୋଇଥିବା ମା’ କୋଳରୁ ଖସି ପଡ଼ିଲା ୧ ବର୍ଷର ଝିଅ, ମା’କୁ ଜଣା ନାହିଁ, ମିଳିଲା ଜଙ୍ଗଲରୁ ଭିଡ଼ିଓ …

589

ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) କେରଳରେ ଏମିତି ଏକ ଦୁର୍ଘଟଣା ହୋଇଥିଲା, ଯାହାକି ପ୍ରତ୍ୟେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମୁନ୍ନାର ଅଞ୍ଚଳର ଇଡୁକ୍କୀ ଜିଲ୍ଲାରେ ଏକ ବର୍ଷର ଶିଶୁକନ୍ୟା କାରରୁ ଖସି ପଡ଼ିଥିଲା। ଶିଶୁକୁ ଉଦ୍ଧାର କରାଯାଇ ତା’ ମାତା-ପିତାଙ୍କୁ ଦସ୍ତାନ୍ତର କରାଯାଇଛି। ତେବେ କେମିତି ହୋଇଥିଲା ଏହି ଘଟଣା ଜାଣନ୍ତୁ…

କଥାରେ ଅଛି “ଯାହାକୁ ରଖିବେ ଅନନ୍ତ କେ କରି ପାରେ ବଳବନ୍ତ।” ଯାହାକୁ ଈଶ୍ୱର ବଞ୍ଚାଇବାକୁ ଚାହିଁବେ ତା’ର କେହି କିଛି କରିପାରିବେ ନାହିଁ। ଏହି ପରି ଏକ ଘଟଣା ଘଟିଛି କେରଳର ଇଡୁକ୍କୀ ଜିଲ୍ଲାରେ।

ପର୍ଯ୍ୟଟନ ନଗରୀ ମୁନ୍ନାରର ସବ ଇନ୍ସ୍ପେକ୍ଟରଙ୍କୁ ଶନିବାରଦିନ ରାତିରେ ଜଙ୍ଗଲରୁ ୱାର୍ଡେନଙ୍କର ଏକ ଆଲାର୍ମ କଲ ଆସିଥିଲା। ସେ କହିଲେ କି ସଡ଼କରେ ଗୋଟିଏ ଶିଶୁ ଗୁରୁଣ୍ଡି ଗୁରୁଣ୍ଡି କାନ୍ଦୁଥିବାର ଦେଖାଯାଉଛି। ଏକ ଚେକ ପୋଷ୍ଟ ନିକଟରେ ତା’କୁ ଆହତ ମାମୁଲି ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

 

 

ସୂଚନା ମୁତାବକ ମାତା-ପିତା ଏବଂ ପୂରା ପରିବାର କାରରେ ଥିଲେ। ସେମାନେ ତାମିଲନାଡୁରୁ ମନ୍ଦିର ଦର୍ଶନ କରି ଫେରୁଥିଲେ। ଫେରିବା ସମୟରେ ଶିଶୁଟି କେତେବେଳେ କାରରୁ ଖସି ପଡ଼ିଥିଲା ତାହା ପରିବାରକୁ ଜଣାନାହିଁ କାରଣ ପୂରା ପରିବାର ଶୋଇଥିଲା। ଶୋଇବା ପ୍ରକୃତରେ ମା’ କୋଳରେ ଶିଶୁଟି ଥିଲା, ମାଟକୁ ନିଦ ଲାଗିଯାବା ପରେ କେତେବେଳେ ଶିଶୁଟି କାରରୁ ଖସି ପଡ଼ିଛି ତାହା କାହାରିକୁ ଜଣାନଥିଲା। ପରେ ଜଙ୍ଗଲ ୱାର୍ଡେନ ସିସିଟିଭିରେ ଦେଖିଲେ କି ଶିଶୁଟି ଶିଶୁ ଚେକ ପୋଷ୍ଟ ନିକଟରେ ଅନ୍ଧାରରେ ଧିରେ ଧିରେ ଗୁରୁଣ୍ଡି ଗୁରୁଣ୍ଡି ଆସୁଛି। ପରେ ସେ ନିକଟତମ ପୋଲିସ୍ କୁ ଖବର ଦେଇଥିଲେ। ଏହାପରେ ପୋଲିସ ଶିଶୁକୁ ଉଦ୍ଧାର କରିଥିଲା। ପରେ ଜଣାପଡ଼ିଲାଯେ, ସେହି ସ୍ଥାନରୁ ୬ କିଲୋମିଚର ଦୂରରେ ଏକ ପୁଲିସ ଷ୍ଟେସନରେ ଶିଶୁଟିର ନିଖୋଜ ହୋଇଥିବାର ରିପୋର୍ଟ ଲେଖାଯାଇଥିଲା ଏହାପରେ ପୋଲିସ୍ ଉକ୍ତ ମାତା ପିତାଙ୍କୁ ଡାକି ଶିଶୁକୁ ହସ୍ତାନ୍ତର କରିଥିଲେ। ଏହି ଭିଡ଼ିଏଟି ଏବେ ଭାଇରାଲ୍ ହେଉଛି।

ସେହି ଜଙ୍ଗଲରେ ଅନେକ ଜୀବଜନ୍ତୁ ତଥା ହାତୀ ଚଳ ପର୍ଚଳ କରନ୍ତି। ସୌଭାଗ୍ୟ ବଶତଃ ଶିଶୁର ବିଶେଷ କିଛି କ୍ଷତି ହୋଇନାହିଁ ଏବଂ ଶିଶୁଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ସିସିଟିଭି କ୍ୟାମେରାରେ ୱାର୍ଡେନଙ୍କୁ ନଜର ଆସିବା ଏକ ଆଶ୍ଚର୍ଯ୍ୟଜନକ କଥା। ଏହା କେବଳ ଈଶ୍ୱରଙ୍କର କୃପା ଥିଲେ ସମ୍ଭବ ହୋଇପାରିଥାଏ। ତେଣୁ କଥାରେ ଅଛି “ଯାହାକୁ ରଖିବେ ଅନନ୍ତ କେ କରି ପାରେ ବଳବନ୍ତ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.