Home ଓଡ଼ିଶା ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ପେନ୍ ସନ୍ ପ୍ରଚଳନ ପାଇଁ ଦାବି

ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ପେନ୍ ସନ୍ ପ୍ରଚଳନ ପାଇଁ ଦାବି

111

ଭୁବନେଶ୍ୱର, ତା ୨୬ା୭ (ଓଡ଼ିଆ ପୁଅ) : ରାଜ୍ୟ ପୂର୍ତ୍ତ ବିଭାଗ ଅଧିନରେ ୨୭୫୮ ୱାର୍କଚାର୍ଜଡ୍ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଏମାନଙ୍କ ମଧ୍ୟରୁ ଗ୍ରୁପ୍ ‘ସି’ ୧୮୬ ଓ ଗ୍ରୁପ୍ ‘ଡି’୧୦୫୨ ଜଣଙ୍କୁ ଶୂନ୍ୟ ପଦବୀରେ ୨୦୧୮ ମସିହାରେ ନିଯୁକ୍ତି ମିଳିସାରିଛି। ଅବଶିଷ୍ଟ ୧୫୨୦ ୱାର୍କଚାର୍ଜଡ୍ ମଧ୍ୟରୁ ଗ୍ରୁପ୍ ‘ସି’ ୩୭୬ ଓ ୧୧୪୦ ଗ୍ରୁପ୍ ‘ଡି’ ଅଦ୍ୟାବଧି କାର୍ଯ୍ୟରତ ଥିଲେ ମଧ୍ୟ ଶୂନ୍ୟଥିବା ୯୫୪ ପଦବୀରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ନାହିଁ। ୨୦୧୭-୧୮ ଆର୍ଥିକ ବର୍ଷରେ ୧୨୩୮ ପଦବୀ ପୂରଣ ହେବା ପରେ ଅବଶିଷ୍ଟ ୯୫୪ ପଦବୀ ପୂରଣ ନିମନ୍ତେ ସର୍କଲ ସ୍ତରରେ ଅଧିକ୍ଷଣଯନ୍ତ୍ରୀ ଓ ବିଭାଜନ ସ୍ତରରେ ନିର୍ବାହୀଯନ୍ତ୍ରୀମାନେ ଉପରୋକ୍ତ ଶୂନ୍ୟ ପଦବୀ ପୂରଣ ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦେଉନାହାଁନ୍ତି। ଫଳରେ ୱାର୍କଚାର୍ଜଡ୍ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଓଡ଼ିଶା ପୂର୍ତ୍ତ ୱାର୍କଚାର୍ଜଡ୍ ସରକାରୀ କର୍ମଚାରୀ ସଂଘର ସଭାପତି ଅଶୋକ ଚୌଧୁରୀ ଓ ସାଧାରଣ ସମ୍ପାଦକ ଗଗନ ଭଞ୍ଜ କହିଛନ୍ତି ଯେ ୨୦୦୫ ମସିହା ପରେ ଏମାନେ ସମସ୍ତେ ୱାର୍କଚାର୍ଜଡ୍ ଚାକିରୀରେ ନିଯୁକ୍ତି ପାଇଥିବାରୁ ପୂର୍ତ୍ତ ବିଭାଗ ପତ୍ରସଂଖ୍ୟା -୭୫୬୭, ତାରିଖ ୦୮.୦୭.୨୦୧୯ ଅନୁଯାୟୀ ଓ ୧୯୯୨ ମସିହା ପେନ୍ ସନ୍ ନିୟମ ମୁତାବକ ପୂର୍ତ୍ତ ବିଭାଗର କୌଣସି ୱାର୍କଚାର୍ଜଡ୍ କର୍ମଚାରୀ ସର୍ବନିମ୍ନ ପେନ୍ ସନ୍ ପାଇବେ ନାହିଁ। ସେମାନେ ଦାବି କରିଛନ୍ତି ଯେ, ଡି.ଏଲ୍ .ଆର. ନିଯୁକ୍ତି ସମୟରୁ ସେମାନଙ୍କ ଚାକିରୀ ସମୟ ଗଣନା କର ଓ ସର୍ଭିସ୍ ବୁକ୍ ରେଏହାକୁ ସଂଯୋଗ କରିବା ସହିତ ରାଜ୍ୟ ସରକାରଙ୍କ ଅନୁମୋଦନ ଗ୍ରହଣ କରାଯାଇ ପେନ୍ ସନ୍ ପ୍ରଦାନ କରାଯାଉ। ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କୁ ବିଚାର ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଛି। ଆଲୋଚନା ଜରୀଆରେ ସମାଧାନ କରିବା ପାଇଁ ସଂଘ ଦାବି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.