Home ଜଗତସିଂହପୁର ଚାଟରା କୃଷକ ବଜାର ପରିସରରେ କଂସାଇ ଖାନା ନବ ନିର୍ମିତ୍ତ ଗୃହର ଶୁଭ ଉଦ୍ ଘାଟନ

ଚାଟରା କୃଷକ ବଜାର ପରିସରରେ କଂସାଇ ଖାନା ନବ ନିର୍ମିତ୍ତ ଗୃହର ଶୁଭ ଉଦ୍ ଘାଟନ

130

ଜଗତସିଂହପୁର-୨୬/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) -ଆଜି ପୂର୍ବାହ୍ନରେ ଜଗତସିଂହପୁର ପୈାର ପରିଷଦର ଚାଟରା କୃଷକ ବଜାର ପରିସରରେ କଂସାଇଖାନା(ସ୍ଲାଟର ହାଉସ)ନବ ନିର୍ମିତ୍ତ ଗୃହର ଶୁଭ ଉଦ୍ ଘାଟନ ଅନୁଷ୍ଠିତ ହୋଇଯାଇଅଛି। ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବାହାରେ ମୁକ୍ତ ଯାଗାରେ ମାଂସ କଟାଯାଇ ପାରିବ ନାହିଁ। ଏହି ନିର୍ଦ୍ଦେଶ ଅନୁଯାୟୀ ଜଗତସିଂହପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଟରା କୃଷକ ବଜାର ନିକଟରେ ୨୪ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି ରୁମ୍ ବିଶିଷ୍ଟ ସ୍ଲଟର ହାଉସ ନିର୍ମାଣ କରାଯାଇଛି। ଜଗତସିଂହପୁର ପୈାର ପରିଷଦ ଅଧିକାରୀଙ୍କୁ ଏହି ଗୃହ ଗୁଡିକୁ ଭଡା ସୂତ୍ରରେ ମାଂସ କଟାଳି ମାନଙ୍କୁ ଯୋଗାଇ ଦେବାକୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ଅଗଷ୍ଟ ପହିଲା ଠାରୁ ସେଠାରେ ମାଂସ କଟାଯାଇ ବିକ୍ରି କରାଯିବ। ଆଜିର ଏହି ଉଦ୍ ଘାଟନୀ ଉତ୍ସବରେ ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ସ୍ଲଟର ହାଉସ୍ ର ଶୁଭ ଉଦ୍ ଘାଟନ କରିଥିଲେ। ଏହି ଉତ୍ସବରେ ଉପ-ଜିଲ୍ଲାପାଳ-ତଥା-ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି, ଉପାଧ୍ୟକ୍ଷ ଶ୍ରୀ ଦିପ୍ତି କୁମାର ଦାସ, ସଭ୍ୟ ଶ୍ରୀ ମନୋଜ ଭୋଇ, ଲାଲା ଅନିଲ କୁମାର ରାୟ, ଶ୍ରୀ ମଧୁସୂଦନ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଜଗନ୍ନାଥ ମୁଦୁଲି, ଶ୍ରୀମତୀ କନକ ପ୍ରଭା ଲେଙ୍କା, ସରପଂଚ, ସମିତି ସଭ୍ୟ, ସମବାୟ ସମିତି କର୍ମକର୍ତ୍ତା, ନିୟନ୍ତ୍ରିତ ବଜାର କମିଟି ସେକ୍ରେଟାରୀ ସୂର୍ଯ୍ୟକାନ୍ତ ଦାଶ, ହିସାବରକ୍ଷକ ସନ୍ଦିପ ପାତ୍ର, ଜନସାଧାରଣ, ଗଣମାଧ୍ୟମ ପତିିନିଧିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.