ମାଲକାନଗିରି,୨୨ା୧୨ (ଓଡିଆ ପୁଅ) ୯ଦଫା ଦାବିନେଇ ଅଖିଳ ଭାରତ ଗ୍ରାମୀଣ ଡାକ ସେବସଂଘର ଡାକରାରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଥିବା ଗ୍ରାମୀଣ ଡାକ କର୍ମଚାରୀ ମାନେ ୧୮ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଆରମ୍ଭ କରିଦେଇଛନ୍ତି । ଦାବି ଗୁଡିକ ମଧ୍ୟରେ ମୁଖ୍ୟତ ଜିଡିଏସ ମାନଙ୍କୁ ସରକାରି ମାନ୍ୟତା,୨୦୧୬ ମସିହାରୁ ଲାଗୁକରାଯାଇ ବକେୟା ପ୍ରାପ୍ୟ ଦିଆ ଯାଉ,ଚାକିରି କାଳରେ ୧୨ବର୍ଷ,୨୪ବର୍ଷ,୩୬ବର୍ଷ ହୋଇଥିବା ଜିଡିଏସ ମାନଙ୍କୁ ଆର୍ଥିକ ପଦୋନ୍ନତି ଦିଆ ଯାଉ,ବାରିଷିକ ଛୁଟି୨୦ଦିନ ବଗଦଳରେ ୩୦ଦିନ ଦିଆଯାଉ, ସର୍ବାଧିକ ଛୁଟି୧୮୦ଦିନ ରଖା ଯାଉ,ଜିଡିଏସ ମାନଙ୍କ ପିଲାମାନଙ୍କୁ ଶିକ୍ଷାଗତ ଭତା୬୦୦୦ଟଙ୍କା ଲାଗୁକରାଯାଉ,ନିଜ ଡିଭିଜନେରେ ଜିଡିଏସ ମାନଙ୍କୁ ସ୍ଥାନାନ୍ତରିତ ସୁବିଧା କରାଯାଉ,ଗ୍ରାଚ୍ୟୁଇଟି ଦେଢ ଲକ୍ଷ ଟଙ୍କା ବଦଳରେ ୫ଲକ୍ଷ କରାଯାଉ,କମ୍ପୋଜିଟ ଆଲାଉନସ ବି.ପି.ବି. କାର୍ଯ୍ୟକୁ କମିସନ ହିସବାରେ ନ ରଖି କାର୍ଯ୍ୟ ସମୟ ସୀମାକୁ ବର୍ଦ୍ଦିତ କରି ୮ଘଟାଂ କରାଯାଉ,ଯେଉଁ ଡାକଘରେ ଜଣେ କାର୍ଯ୍ୟ କରନ୍ତି ସେଠାରେ ଅନ୍ୟଜଣେ କରର୍ମଚାରୀ ନିଯୁକ୍ତି କରାଯାଉ ବୋଲି ରହିଛି ।ଏହି ଧର୍ମଘଟରେ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ମୁଖ୍ୟଡାକଘର ସହିତ କାଲିମେଳା,ଲାଛିପେଟା(ଏମଭି୭୯), ବାଲିମେଳା,ଚିତ୍ରକୋଣ୍ଡା, ମାଥିଲି, ଖଇରପୁଟ,ସାତଟି ଉପଡାକଘର ଓ ୭୬ଟି ଶାଖାଡାକଘର ର ଶତାଧିକ ଗ୍ରାମୀଣ ଡାକସେବକ ମାନେ ନିଜ ନିଜ ଡାକଘର ଆଗରେ ଧାରଣାରେ ବସିଛନ୍ତି । ଏହି ଧର୍ମଘଟ ଫଳରେ ମାଲକାନଗିରି ଜିଲ୍ଲା ଗ୍ରାମାଚଂଳର ସମସ୍ତ ଡାକଘର ଗୁଡିକ ବନ୍ଦ ରହିଥିବାରୁ ସମଗ୍ର ଜିଲ୍ଲାରେ ଗତ ୪ଦିନ ହେଲା ଡାକସେବା ଠପ୍ ହୋଇ ଯାଇଛି । ଡାକଉପରେ ନିର୍ଭର କରୁଥିବା ସରକାରି ଓ ଘରୋଇ ଅଫିସ ସହ ସାଧରଣ ଜନତା ନାହିଁ ନଥିବା ହଇରାଣ ହେଉଛନ୍ତି । ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ବି.ଗୋପାଳରାଓ, ଭଗବାନ ଦୋରା,ସୁରେନ୍ଦ୍ରନାଥ ବିଶ୍ୱାଳ,କୈଳାଶ ଚନ୍ଦ୍ର ନାୟକ, ଏ.ଶିବାରାଓ,ଦେବରାଜଦାଶ,ନାରାୟଣ ସାହୁ,ଗୋପିନାଥ ମିଶ୍ର,ବିଦେଶି ବଲବନ୍ତ ରାୟ,ଏସ.ଖୁଠିଂଆ,ଅଜଗିର ଖାନ,ଚକ୍ର ଜାନି,କମଳ ଲୋଚନ ନାୟକ,କୈଳାଶ ନାୟକ,ଖଗେଶ୍ୱର ଜେନା ପ୍ରମୁଖ ଉପସ୍ଥିତରହି ଗତ ଚିରି ଦିନହେଲା ଧର୍ମଘଟରେ ବସିଛନ୍ତି । ଏହି ଧର୍ମଘଟ ଦାବିପୁରଣ ନହେଲା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲାସଂଘର ସାଧାରଣ ସଂପାଦକ ବି.ଗୋପାଳ ରାଓ ସୁଚନା ଦେଇଛନ୍ତି । ଜିଲ୍ଲାସଦର ମହକୁମା ହେର୍ଡ ପୋଷ୍ଟ ଅଫିସ ଆଗରେ ଧାରଣାରେ ଏହି କର୍ମଚାରି ମାନେ ବସିଥିଲେ ମଧ୍ୟ ପୋଷ୍ଟମାଷ୍ଟ୍ର ଡାକଘର ଖୋଲି ନିଜେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଥିଲା ।