Home Top News ୮ ଏବଂ ୯ ବର୍ଷର ଦୁଇଭାଇ, ଘରୁ ନକଲି ନୋଟ ରଖି ୪ ଲକ୍ଷ ଅସଲି...

୮ ଏବଂ ୯ ବର୍ଷର ଦୁଇଭାଇ, ଘରୁ ନକଲି ନୋଟ ରଖି ୪ ଲକ୍ଷ ଅସଲି ନୋଟ ଚୋରି କଲେ, ୨୦ ଦିନରେ ଏମିତି ଉଡ଼ାଇଲେ ପୋଲିସର ଉଡ଼ିଲା ହୋସ

110

ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ଆଜିକାଲି ସ୍ମାର୍ଟ ଫୋନ, ସ୍ମାର୍ଟ ୱାଚ୍ ଏବଂ ଭଡ଼ିଓ ଗେମ୍‌ ଖେଳିବା ଶିଶୁ ତଥା ଛୋଟଛୋଟ ଛାତ୍ରମାନଙ୍କର ଏକ ପ୍ରକାରର ନିଶା ତଥା ଅଭ୍ୟାସରେ ପରିଣତ ହୋଇଗଲାଣି। ଏହିପରି ଏକ ଅଦ୍ଭୁତ ଘଟଣାର ଖବର ଆସିଛି ତେଲେଙ୍ଗାନାରୁ। ଦୁଇ ଭାଇ ବୟସ ତାଙ୍କର ଯଥାକ୍ରମେ ୮ ବର୍ଷ ଏବଂ ୯ ବର୍ଷ। ସେମାନଙ୍କୁ ଜଣାଥିଲା ତାଙ୍କର ମା’ ଏବଂ ବାପା କେଉଁଠାରେ ଟଙ୍କା ରଖିଛନ୍ତି ବୋଲି। ଅଳ୍ପ ଟଙ୍କା ନୁହେଁ। ୪ ଲକ୍ଷ ଟଙ୍କା। ମୁଣ୍ଡକୁ ଜୁଟିଲା ନକଲି (ପିଲାଙ୍କ ଖେଳନା ଟଙ୍କା) ଟଙ୍କା ରଖି ଅସଲି ଟଙ୍କାକୁ ନେଇ ମଉଜ ମଜଲିସ୍ କରିବା ପାଇଁ। ତେବେ ସେମାନେ ଏହି କାମରେ ଲାଗିପଡ଼ିଲେ।

କୋଡ଼ିଏ ଦିନ ମଧ୍ୟରେ ଉଡ଼େଇ ଦେଲେ ୪ ଲକ୍ଷ ଟଙ୍କା। ଯେପରିକି ବାପା ମା’ଙ୍କୁ ସନ୍ଦେହ ନ ହେବ ସେଥିପାଇଁ ଅସଲି ଟଙ୍କା ଯାଗାରେ ରଖିଦେଲେ ନକଲି ପିଲାଙ୍କର ଖେଳନା ଟଙ୍କା। ୨୦ ଦିନରେ ସ୍ମାର୍ଟ ୱାଚ୍ ଏବଂ ସ୍ମାର୍ଟ ମୋବାଇଲ୍ କିଣିବା ଆରମ୍ଭ କରିଦେଲେ। ରେଷ୍ଟୁରାଣ୍ଟ ଖାଇବା ଏବଂ ଗେମ୍‌ ସେଣ୍ଟରରେ ଖେଳିବା ଏହିସବୁ କରିବା ପାଇଁ ସେମାନେ ଏହି ଟଙ୍କା ଚୋରି କରିଥିଲେ।

ବାପା ମାଙ୍କୁ ଲାଗିଲା କେହି ତାଙ୍କର ଟଙ୍କା ଚୋରି କରିଛନ୍ତି ବୋଲି। ସେମାନେ ପୋଲିସରେ ମାମଲା ରୁଜୁ କରାଇଲେ। ଆରମ୍ଭ ହେଲା ପୋଲିସ୍‌ ର ଛାନଭିନ୍‌। ପ୍ରାଥମିକ ଭାବରେ ସନ୍ଦେହ ଜାତ ହେଲା ଏ କାମ କିପରି ଜଣେ ବାହାର ଲୋକ କରିପାରିବ ବୋଲି। ଯଦି ବାହାର ଲୋକ ଚୋରି କରିବ ତେବେ ସେ ନକଲି ଖେଳନା ଟଙ୍କା ରଖିବ ବା କାହିଁକି?

ତେବେ, ଇତି ମଧ୍ୟରେ ଛୋଟ ଛୋଟ ପିଲାମାନଙ୍କର ବ୍ୟବହାର ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆସିସାରିଥାଏ। ସେମାନେ ବିପୁଳ ପରିମାଣରେ ଗେମ୍‌ ସେଣ୍ଟର ଗଲେ ଭିଡ଼ିଓ ଗେମ୍‌ ଖେଳିଲେ ଏବଂ ରେଷ୍ଟୁରାଣ୍ଟ ଯାଇ ଖାଇଲେ ଏବଂ ଏହି ଅର୍ଥକୁ ବହୁ ପରିମାଣରେ ଖର୍ଚ୍ଚ କରିଥିଲେ ଏହା ସହିତ ସେମାନେ ଅଧିକ ଦାମିକିଆ ସ୍ମାର୍ଟୱାଚ୍ ଏବଂ ମୋବାଇଲ୍ ଫୋନ୍ ମଧ୍ୟ କିଣିଥିଲେ।

ଅବଶ୍ୟ, ଏହି ଦମ୍ପତି ପିଲାମାନଙ୍କର ଜୀବନଶୈଳୀରେ ଏବଂ ସେମାନଙ୍କ ଆଚରଣରେ ଦ୍ରୁତ ପରିବର୍ତ୍ତନକୁ ସନ୍ଦେହ କରି ଆଲମାରୀ ଯାଞ୍ଚ କରି ନଗଦ ଚୋରି ହୋଇଥିବା ଅନୁଭବ କରିପାରୁଥିଲେ। ଏହା ପରେ ସେମାନେ ନିଜ ପିଲାମାନଙ୍କୁ ନକଲି ନୋଟ୍ ବିଷୟରେ ପ୍ରଶ୍ନ କରିବାରୁ ସତ୍ୟତା ପ୍ରକାଶ ପାଇଥିଲା।

ତେବେ ଅଭିଭାବକମାନେ ପୋଲିସ ନିକଟରେ ଅଭିଯୋଗ କଲେ। ଅଭିଯୋଗ ପଞ୍ଜିକରଣ ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ପୋଲିସ ସିଦ୍ଧାନ୍ତରେ ପହଞ୍ଚିଥିଲାଯେ, ଏହି ଟଙ୍କା ଦୁଇଭାଇ ନିଜେ ଖର୍ଚ୍ଚ କରିଛନ୍ତି। କିନ୍ତୁ ଯିଏ ଏହି ପିଲାମାନଙ୍କୁ ଏତେ ନକଲି ନୋଟ୍ କିଏ ଯୋଗାଇ ଦେଇଛି ଏବଂ ଟଙ୍କା ଚୋରି କରିବାରେ ଉକ୍ତ ଲୋକର ହାତ ଅଛି କି ନାହିଁ ସେ ବାବଦରେ ପିଲାମାନଙ୍କର ସାଙ୍ଗମାନଙ୍କୁ ପଚରାଉଚରା କରୁଛି ବୋଲି ପୋଲିସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.