Home Top News ଦିଲ୍ଲୀ ଶାସ୍ତ୍ରୀ ଭବନର ସପ୍ତମ ମହଲାରୁ ଡେଇଁ ଆଇଟି ମନ୍ତ୍ରଣାଳୟର ବୈଜ୍ଞାନିକଙ୍କ ଆତ୍ମହତ୍ୟା

ଦିଲ୍ଲୀ ଶାସ୍ତ୍ରୀ ଭବନର ସପ୍ତମ ମହଲାରୁ ଡେଇଁ ଆଇଟି ମନ୍ତ୍ରଣାଳୟର ବୈଜ୍ଞାନିକଙ୍କ ଆତ୍ମହତ୍ୟା

47

ନୂଆ ଦିଲ୍ଲୀ ୧୩ -୫ (ଓଡ଼ିଆ ପୁଅ) ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଜଣେ ବୈଜ୍ଞାନିକ ସୋମବାର ଦିନ ଦିଲ୍ଲୀର ଶାସ୍ତ୍ରୀ ଭବନର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ଆସିଛି। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାସ୍ଥଳରେ ତୁରନ୍ତ ପୋଲିସ୍ ପହଁଚି ବୈଜ୍ଞାନିକଙ୍କୁ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲକୁ ନେଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଜଣେ ୫୫ ବର୍ଷୀୟ ବୈଜ୍ଞାନିକ ଦିଲ୍ଲୀର ଶାସ୍ତ୍ରୀ ଭବନର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣକ ପଶ୍ଚିମ ଦିଲ୍ଲୀର ପିରାଗଡ଼ିର ନିବାସୀ ରାଜେଶ ମଲିକ ବୋଲି ଜଣାପଡିଛି। ପୋଲିସ କହିଛି ଯେ, ମୃତଦେହ ଶାସ୍ତ୍ରୀ ଭବନର ଦୁଇ ନମ୍ବର ଫାଟକ ସମୁଖରୁ ମିଳିଛି, ଏହି ଭବନରେ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରଣାଳୟ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.