Home କେନ୍ଦ୍ରାପଡ଼ା ୭୬ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

୭୬ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

78

କେନ୍ଦ୍ରାପଡ଼ା, ୨ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସଦର ମହକୁମାରେ ୭୬ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ ଗାଇଡ ଲାଇନ ଅନୁପାଳନ ପୂର୍ବକ ସ୍ୱାଧୀନତା ଦିବସ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ପବିତ୍ର ଜାତୀୟ ଦିବସ ପାଳନ ଅବସରରେ ସକାଳ ୯ଟା ୧୫ମିନିଟ ସମୟରେ ମୁଖ୍ୟ ଅତିଥି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିବେ। ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ପାଠ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ଯୋଗଦେଇ ଏହି ଜାତୀୟ ଦିବସକୁ ଶୃଙ୍ଖଳାର ସହିତ ପାଳନ କରୋନା ନିୟମାବଳୀ ଅନୁସାରେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ପରେ ସ୍ଥିର ହେଲା ଯେ ସ୍ୱାଧୀନତା ଦିବସ ଦିନ ପ୍ରତ୍ୟୁଷ ୪ଟା ୩୦ମିନିଟ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକବାଜୀ ଯନ୍ତ୍ର ଦ୍ୱାରା କେନ୍ଦ୍ରାପଡା ପୈାରାଞ୍ଚଳରେ ରାମଧୂନ ପରିବେଷଣ କରାଯିବ। ସକାଳ ୭ଟା ୩୦ମିନିଟ ସୁଦ୍ଧା ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ବାଣିଜ୍ୟାନୁଷ୍ଠାନ ଓ ନିଜସ୍ୱ ଗୃହମାନଙ୍କରେ ଜାତୀୟ ପତକା ଉତ୍ତୋଳନ କରାଯାୟୀ ସନ୍ଧ୍ୟା ପୂର୍ବରୁ ସମ୍ମାନର ସହ ଅବତରଣ କରାଯିବ। ସକାଳ ୯ଟା ୧୫ମିନିଟ ସମୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତକା ଉତ୍ତୋଳନ ଓ ଅଭିଭାଷଣ ପ୍ରଦାନ କରାଯିବ। ଏହି ଜାତୀୟ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ବାହିନୀ ବ୍ୟାଣ୍ଡ ପାର୍ଟି ପକ୍ଷରୁ ରାଷ୍ଟ୍ରୀୟ ସଂଗୀତ ପରିବେଷଣ କରାଯିବ। ପ୍ୟାରେଡରେ କେବଳ ଆରକ୍ଷୀ ବାହିନୀ ଉପସ୍ଥିତ ରହିବେ। ଆମନ୍ତ୍ରିତ ଅତିଥି ଭାବେ କେବଳ ସ୍ୱଳ୍ପ ସଂଖ୍ୟକ କୋଭିଡ ଯୋଦ୍ଧାଙ୍କୁ ସାମିଲ କରାଯିବ। ବୈଠକର ଅଧ୍ୟକ୍ଷ ଶ୍ରୀ ସାମଲ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, କେନ୍ଦ୍ରାପଡା ପୈାରପରିଷଦର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ପଟ୍ଟାମୁଣ୍ଡାଇ ପୈାର ପରିଷଦର ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ୱାଇଁ କୋଭିଡ ଯୋଦ୍ଧା ତାଲିକା ଆସନ୍ତା ୧୦ତାରିଖ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ଅନୁରୋଧ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ (ଜୁନିଅର) ଓ ନବମରୁ ଦ୍ୱାଦଶ ଶ୍ରେଣୀ (ସିନିଅର)ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧକ (ଓଡିଆ ପ୍ରବନ୍ଧ, କୁଇଜ, ସଂଗୀତ) ପ୍ରତିଯୋଗୀତା ଆୟୋଜନ କରାଇ କୃତି ପ୍ରତିଯୋଗୀମାନଙ୍କ ତାଲିକା ଆସନ୍ତା ୧୦ତାରିଖ ସୁଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟକୁ ପଠାଇବାକୁ ଅନୁରୋଧ କରାଯାଇଥିଲା। କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିକୁ ଉପଯୁକ୍ତ ଭାବେ ସଫା କରି ରଙ୍ଗ ଦିଆଯିବା ସହିତ ଆବଶ୍ୟକ ସ୍ଥଳେ ମରାମତି କାର୍ଯ୍ୟ ଆସନ୍ତା ୧୪ତାରିଖ ସୁଦ୍ଧା ଶେଷ କରିବାକୁ କେନ୍ଦ୍ରାପଡା ପୋରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରାଯାୟୀ ଥିଲା। ଉକ୍ତ ଦିବସରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ନିମନ୍ତେ ପୈାରନିର୍ବାହୀ ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣୀ ବେହେରା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସାମଲ, ରିଜର୍ଭ ଇନିସପେକ୍ଟର ହେମନ୍ତ କୁମାର ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ଟିପିସିଓଡିଏଲ ସହକାରୀ ଯନ୍ତ୍ରୀ ସତ୍ୟପ୍ରକାଶ ସାହୁ, ସହକାରୀ ଉଦ୍ୟାନ ଅଧିକାରୀ ତାପସରଞ୍ଜନ ଭାରତୀ, ଜନସ୍ୱାସ୍ଥ୍ୟ ସହକାରୀ ଯନ୍ତ୍ରୀ ରମଣ କୁମାର ଦାସ, ସହକାରୀ ଅଗ୍ନିଶମ ଅଧିକାରୀ ଅଜୟ କୁମାର ମୁଦୁଲି, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ କୁମାର ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.