Home Top News ରାଜ୍ୟରେ ସାମ୍ବିଧାନିକ ଶାସନ ଚାଲୁନାହିଁ: ମୋହନ ମାଝୀ

ରାଜ୍ୟରେ ସାମ୍ବିଧାନିକ ଶାସନ ଚାଲୁନାହିଁ: ମୋହନ ମାଝୀ

88

– ଏସ୍‌ଟି କମିଶନ ସଦସ୍ୟ ଶ୍ରୀ ଅନନ୍ତ ନାୟକଙ୍କୁ ପ୍ରାୟୋଜିତ ବିରୋଧ ପଛରେ କିଏ ?
– ଜନଜାତିଙ୍କୁ ସେବା ବଦଳରେ ଶୋଷଣ କରାଯାଉଛି
– ଶାସକ ବିଜେଡିର କିଛି ନେତା ଓ କର୍ମୀ ପ୍ରାୟୋଜିତ ଭାବେ ଜନଜାତି କମିଶନଙ୍କ କାମରେ ବାଧା ସୃଷ୍ଟି କରୁଛନ୍ତି

ଭୁବନେଶ୍ୱର ୦୨/୦୮ (ଓଡ଼ିଆ ପୁଅ) : ଗତକାଲି କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକରେ ଏସ୍‌ଟି କମିଶନ ସଦସ୍ୟ ଅନନ୍ତ ନାୟକ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜନଶୁଣାଣୀ ପାଇଁ ଯାଇଥିଲେ। ବଳଭଦ୍ରପୁର ଏବଂ ଓରିଆ ଅଂଚଳରେ ସରକାରୀ ଦଳର ନେତାଙ୍କ ଦ୍ୱାରା କିଛି ପ୍ରାୟୋଜିତ ଆଦିବାସୀ ଲୋକ ଅନନ୍ତ ନାୟକଙ୍କୁ ଅଟକାଇବା ସହ ତାଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ କହିଛନ୍ତି।

ଏସ୍‌ଟି କମିଶନ ସଦସ୍ୟ ଶ୍ରୀ ନାୟକଙ୍କୁ ପ୍ରାୟୋଜିତ ବିରୋଧ ପଛରେ କିଏ? ଜିଲ୍ଲା ପ୍ରଶାସନ ସୁରକ୍ଷା ଦେବାରେ ବିଫଳ କାହିଁକି? ଝଗ୍ଧବଗ୍ଧର ଓଦ୍ଭଗ୍ଧରକ୍ଷସଶରଦ୍ଭମର (ଗୁଇନ୍ଦା ବିଭାଗ) ବାରମ୍ବାର ବିଫଳ ହେଉଛି କାହିଁକି ? କାଞ୍ଜିପାଣି ପୋଲିସ ଷ୍ଟେସନ୍‌ର ୧୦୦ମିଟର ଦୂରରେ ଘଟଣା ଘଟିବା ଓ ପୂର୍ବରୁ ଅନୁମତି ନ ନେଇ ଏତେ ଲୋକ ରୁଣ୍ଡ ହେବା ପୋଲିସ ବିଭାଗକୁ କେମିତି ଜଣାପଡିଲାନାହିଁ ? କମିଶନ ସଦସ୍ୟଙ୍କ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ଅବଗତ ଥିବା ସ୍ଥାନୀୟ ପୋଲିସ ଓ ପ୍ରଶାସନ କାହିଁକି ସହଯୋଗ କରୁନାହାଁନ୍ତି ? ଗତ କାଲି ଘଟିଯାଇଥିବା ଅଭାବନୀୟ ଘଟଣା ପାଇଁ ଜିଲ୍ଲାପାଳ ଏବଂ ଜିଲ୍ଲା ପୋଲିସ୍‌ଙ୍କ ଭୂମିକା ସନ୍ଦେହ ଘେରରେ ବୋଲି କହିବା ସହିତ ରାଜ୍ୟରେ ସାମ୍ବିଧାନିକ ଶାସନ ଚାଲୁ ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି।

କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁୁଷିତ ଜିଲ୍ଲା। ପ୍ରଶାସନ ବିରୋଧରେ ସ୍ଥାନୀୟ ଆଦିବାସୀ ଲୋକଙ୍କ ବାରମ୍ବାର ଅଭିଯୋଗ କାରଣରୁ ଲୋକଙ୍କ ସାମ୍ବିଧାନିକ ଅଧିକାରର ରକ୍ଷା ପାଇଁ ଏସ୍‌ଟି କମିଶନ ସଦସ୍ୟ ଶ୍ରୀ ଅନନ୍ତ ନାୟକ କେନ୍ଦୁଝର ଜିଲ୍ଲା ଗସ୍ତ କରୁଛନ୍ତି। ସରକାର ଏବଂ ସ୍ଥାନୀୟ ପ୍ରଶାସନର ଅସଲ ମୁଖା ଖୋଲିଯିବା ଭୟରେ ଅସ୍ତବ୍ୟସ୍ତ ହୋଇ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏଭଳି ଘଟଣା ଘଟାଇବାରେ ପ୍ରଚ୍ଛଦପଟର ନାୟକ ସାଜିଛି ବୋଲି ଶ୍ରୀ ମାଝୀ କହିଛନ୍ତି।

ଆଦିବାସୀ ଲୋକଙ୍କ ବିଭିନ୍ନ ସମସ୍ୟା କେନ୍ଦୁଝର ଜିଲ୍ଲାରେ ସମଧାନ ହୋଇପାରୁନାହିଁ। ରାଜ୍ୟ ସରକାର ୨୨ବର୍ଷ ଧରି ଆଦିବାସୀଙ୍କ ବିକାଶ ଦିଗରେ ଆନ୍ତରିକତା ଦେଖାଉନାହାଁନ୍ତି। ଗ୍ରାମସଭା ଓ ପଲ୍ଲୀସଭା ଅନୁଷ୍ଟିତ ହେଉନାହିଁ। ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଂଚିତ ଅଂଚଳବାସୀ। ପେସା ଆଇନ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ଖଣି ଖାଦାନରେ ୧୦୦ ପ୍ରତିଶତ ମେସିନ୍‌ରେ କାମ କରିବା ସହ ଶ୍ରମିକମାନଙ୍କୁ କାମରୁ ବାହାର କରିଦିଆଯାଉଛି। ଏକ ସପ୍ତାହ ତଳେ ଜିଲ୍ଲାର ହରିଚନ୍ଦନପୁରରେ ମଧ୍ୟ ଶ୍ରୀ ନାୟକଙ୍କୁ ବିରୋଧ କରାଯାଇଥିଲା ଏବଂ ଏ ସଂପକରେ ଏନ୍‌ସିଏସ୍‌ଟି ତରଫରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନକୁ ଲିଖିତ ଜଣାଇଲା ପରେ ମଧ୍ୟ କାହିଁକି ପଦକ୍ଷେପ ନେଲେନାହିଁ ? ଏହି ସମୟରେ କମିଶନ ସଦସ୍ୟ ଶ୍ରୀ ନାୟକ ଜନଜାତି ବର୍ଗର ସ୍ୱାର୍ଥ ଏବଂ ଅଧିକାର ପାଇଁ କାର୍ଯ୍ୟ କରୁଥିବାରୁ ଶାସକ ବିଜେଡିର କିଛି ନେତା ଓ କର୍ମୀ ପ୍ରାୟୋଜିତ ଭାବେ ଏଭଳି ବିରୋଧ କରିବା ସହିତ ଜନଜାତି କମିଶନଙ୍କ କାମରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।

ଜନଜାତି ସ୍ୱାର୍ଥ ବିରୋଧୀ କାର୍ଯ୍ୟରୁ ରାଜ୍ୟ ସରକାର ନିବୃତ ନହେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ରାଜ୍ୟ ମୁଖପାତ୍ର ଠାକୁର୍ ରଞ୍ଜିତ୍ ଦାସ, ରାଜ୍ୟ ଗଣମାଧ୍ୟମ ସହ ମୁଖ୍ୟ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.