Home Top News ୭୦ ବର୍ଷର ଅପେକ୍ଷା ପରେ ଦେଶ ପାଇଁ ବଡ଼ ସଫଳତା ଆଣିଛି ଓଏନଜିସି – ଧର୍ମେନ୍ଦ୍ର...

୭୦ ବର୍ଷର ଅପେକ୍ଷା ପରେ ଦେଶ ପାଇଁ ବଡ଼ ସଫଳତା ଆଣିଛି ଓଏନଜିସି – ଧର୍ମେନ୍ଦ୍ର ପ୍ରଧାନ

48

ପଶ୍ଚିମବଙ୍ଗ ଗସ୍ତର ଅନ୍ତିମ ଦିନରେ ଓଏନଜିସିର ଅଷ୍ଟମ ଉତ୍ପାଦନ ବେସିନ୍ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ କେନ୍ଦ୍ରମନ୍ତ୍ରୀ

– ସଫଳତା ପାଇଁ ଓଏନଜିସିକୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
– ଉତ୍ପାଦନ ବେସିନ ଦ୍ୱାରା ସର୍ବୋତ୍କୃଷ୍ଟ ମାନର ଅଶୋଧିତ ତୈଳ ଉତ୍ପାଦନ କରାଯିବ
– ଉତ୍ପାଦିତ ଅଶୋଧିତ ତୈଳକୁ ହଳଦିଆ ରିଫାଇନାରୀକୁ ନିଆଯିବ
– ପଶ୍ଚିମବଙ୍ଗର ବିକାଶ ଓ ଅଭିବୃଦ୍ଧି ପାଇଁ ନୂଆ ସମ୍ଭାବନା ଆଣିବ
– ପଶ୍ଚିମବଙ୍ଗରେ ଓଏଏଲପି ଅଧୀନରେ ତୈଳ ଏବଂ ଗ୍ୟାସର ଅନ୍ୱେଷଣ ପାଇଁ ଲିଜ୍ ନିଆଯାଇଛି
– ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ବିକାଶର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଅଗ୍ରସର

ପଶ୍ଚିମବଙ୍ଗ/ଭୁବନେଶ୍ୱର, ଡ଼ିସେମ୍ବର ୨୦ (ଓଡ଼ିଆ ପୁଅ) – ସ୍ୱାଧୀନତାର ୭୦ ବର୍ଷର ଅପେକ୍ଷା ପରେ ତୈଳ ଓ ଗ୍ୟାସ ଅନ୍ୱେଷଣ ଏବଂ ଉତୋଳନ ରାଷ୍ଟ୍ରାୟତ କମ୍ପାନୀ ଓଏନଜିସି ଦେଶ ପାଇଁ ବଡ଼ ସଫଳତା ଆଣିଛି ବୋଲି ରବିବାର ପଶ୍ଚିମବଙ୍ଗର ଅଶୋକନଗର ଠାରେ ଓଏନଜିସିର ଅଷ୍ଟମ ଉତ୍ପାଦନ ବେସିନ୍ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଆଜିର ଉଦଘାଟନ ଉତ୍ସବ ପଶ୍ଚିମବଙ୍ଗର ବିକାଶ ଓ ଅଭିବୃଦ୍ଧି ପାଇଁ ନୂଆ ସମ୍ଭାବନା ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗସ୍ତର ଅନ୍ତିମ ଦିନରେ ଏହାକୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି ଯେ ୧୯୪୯ ମସିହାରୁ ପଶ୍ଚିମବଙ୍ଗର ବ୍ରହ୍ମପୁତ୍ର, ଦାମଦୋର, ଗଙ୍ଗା ତ୍ରିକୋଣଭୂଖଣ୍ଡରୁ ତୈଳ ଓ ଗ୍ୟାସର ଅନୁସନ୍ଧାନ କରାଯାଉଥିଲା। ୬୦ ଦଶକରେ ଓଏନଜିସି ମଧ୍ୟ ତୈଳ ଓ ଗ୍ୟାସର ସନ୍ଧାନ ପାଇଁ ଏଠାରୁ ଡ୍ରିଲିଂ ଜାରୀ ରଖିଥିଲା। ତେବେ ସ୍ୱାଧୀନତାର ଦୀର୍ଘ ବର୍ଷର ଅପେକ୍ଷା ପରେ ପଶ୍ଚିମବଙ୍ଗର ଏହି ଭୂଖଣ୍ଡରୁ ଅଶୋଧିତ ତୈଳ ଉତ୍ପାଦନ କରାଯିବ। ଏହି ସଫଳତା ପାଇଁ ଶ୍ରୀ ପ୍ରଧାନ ଓଏନଜିସିକୁ ଶୁଭେଚ୍ଛା ଜଣାଇଛନ୍ତି।

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଦେଶର ତୈଳ ଓ ଗ୍ୟାସ ଆମଦାନୀ ନିର୍ଭରତାକୁ ହ୍ରାସ କରିବା ପାଇଁ ଦେଶରୁ ହିଁ ତୈଳ ଓ ଗ୍ୟାସର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହା ପେଟ୍ରୋଲିୟମ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ କ୍ରମେ ଅଶୋକନଗର ଠାରେ ଉଦଘାଟିତ ହୋଇଯାଇଥିବା ବାଣିଜ୍ୟିକ ଇନ୍ଧନ ଉତ୍ପାଦନ ବେସିନରୁ ସର୍ବୋତ୍କୃଷ୍ଟ ମାନର ଅଶୋଧିତ ତୈଳ ଉତ୍ପାଦନ କରାଯିବ। ଏହି ଅଶୋଧିତ ତୈଳକୁ ହଳଦିଆ ରିଫାଇନାରୀକୁ ନିଆଯିବ।

ଶ୍ରୀ ପ୍ରଧାନ କହିଛନ୍ତି ପଶ୍ଚିମବଙ୍ଗରେ ଓଏଏଲପି ଅଧୀନରେ ତୈଳ ଏବଂ ଗ୍ୟାସର ଅନ୍ୱେଷଣ ପାଇଁ ଲିଜ୍‌ ନିଆଯାଇଛି। ନୂଆ ଇନୋଭେସନ ଏବଂ ନୂଆ ଟେକ୍ନୋଲୋଜି ମାଧ୍ୟମରେ ସ୍ଥାନୀୟ ଅଂଚଳରେ ନୂଆ ସମ୍ଭାବନା ଅଣାଯିବ। ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ତଥା ଅଶୋକନଗରର ଅନ୍ୟ କୂଅ ଗୁଡ଼ିକରୁ ଉତ୍ପାଦନ ଆରମ୍ଭ କରିବା ପାଇଁ ଜୋରଦାର ଉଦ୍ୟମ ପଶ୍ଚିମବଙ୍ଗର ଆର୍ôଥକ ବିକାଶ ଉପରେ ସୁପ୍ରଭାବ ପକାଇବ। ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବ, ଅର୍ଥନୀତି ବିକାଶ ହେବ।

ଓଏନଜିସିର ଏହି ପଦକ୍ଷେପ ଫଳରେ ସ୍ଥାନୀୟ ଅର୍ଥନୀତି ବଢ଼ିବ, ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ବଡ଼ ଯୋଗଦାନ ରଖିବା ସହ ଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବ ଏବଂ ରୋଜଗାରର ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପୂର୍ବ ଭାରତର ବିକାଶର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଅଗ୍ରସର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.