Home କୋରାପୁଟ ପରୀକୁ ନ୍ୟାୟ ପ୍ରଦାନ ଦାବିରେ ବିଜେପିର ପଦଯାତ୍ରା

ପରୀକୁ ନ୍ୟାୟ ପ୍ରଦାନ ଦାବିରେ ବିଜେପିର ପଦଯାତ୍ରା

37

କୋରାପୁଟ ୨୦-୧୨ (ଓଡିଆ ପୁଅ/ରଂଜନ ଦାସ)ପରୀକୁ ନ୍ୟାୟ ପ୍ରଦାନ ଦାବିରେ କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଓ କର୍ମିମାନେ ସଦର ମହକୁମାଠାରେ ପଦଯାତ୍ରା କରିଥିଲେ।ବିଧାୟକ ପ୍ରାର୍ଥି ତ୍ରିପୁରାରୀ ଗରଡାଙ୍କ ନେତୃତ୍ୟରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ,  ପୂର୍ବତନ ସଭାପତି ଜୟରାମ ଗରଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ସଭାପତି ବିଜୟ କୁମାର ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପୂର୍ଣିମା ନାୟକ, କୋରାପୁଟ ନଗର ସଭାପତି ବିଜୁ ଦଳେଇ,  କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଉପାଧ୍ୟକ୍ଷା ସଂଜୁଲତା ରାଉତ, ଅମ୍ବିକା ପାଙ୍ଗୀ, ଗଦା ବାରିକ,  ଅଶ୍ୱିନୀ ପଟନାୟକ, ଜୟରାମ ଭୋଇ, ଲମତାପୁଟ ମଣ୍ଡଳ ସଭାପତିଇଶ୍ୱର ଚନ୍ଦ୍ର ଦାର୍ଲି, ବୈପାରୀଗୁଡା ମଣ୍ଡଳ ସଭାପତି ଉମେଶ ପଟନାୟକ, ମାଥାଲପୁଟ ମଣ୍ଡଳ ସଭାପତି ଚୈତନ୍ୟ ହନ୍ତାଲ, ପୂର୍ବତନ ଉପସଭାପତି ଚନ୍ଦ୍ରଶେଖର ରଥ,  ଗଦା ବାରିକ, ନରେନ୍ଦ୍ର କାନ୍ଦୁଲିଆ,  ଦେବୀ ପ୍ରସାଦ କର, ଡି.ରାମା ରାଓ,  ଜି.ସଂଜିବ କୁମାର, ମହିପାଳ ସିଂ ପ୍ରମୁଖଙ୍କ ସହ ଶତାଧିକ ବିଜେପି କର୍ମିମାନେ ଯୋଗଦେଇ ସହରରେ ପଦଯାତ୍ରା କରିଥିଲେ।ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ତାଙ୍କୁ ତୁରନ୍ତ ବହିଷ୍କାର କରିବା ସହ ଘଟଣାର ସିବିଆଇ ତଦନ୍ତ କରିବାକୁ ପୂର୍ବତନ ସାଂସଦ ଶ୍ରୀ ପାଙ୍ଗୀ ଦାବି କରିବା ସହ ରାଜ୍ୟରେ ୫ ହଜାରରୁ ଉର୍ଦ୍ଧ୍ୱ ନିଖୋଜ ଶିଶୁଙ୍କ ଉଦ୍ଧାର କରିବା ଉପରେ ସେ ଆହୁରୀ ଦାବି କରିଥିଲେ।ସୂଚନାଯୋଗ୍ୟ ଯେ ଜୁଲାଇ ମାସ ୧୪ ତାରିଖରେ ନୟାଗଡ ଯଦୁପୁର ଗାଁରୁ ପରୀ ନିଖୋଜ ହୋଇଯାଇଥିଲା।ଜୁଲାଇ ମାସ ୨୩ ତାରିଖରେ ଘର ପଛପଟେ ଥିବା ପୋଖରୀ ପାଖରୁ ପରୀର ମୃତଦେହ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.