Home ଓଡ଼ିଶା ୬ ରେ ଓଡ଼ିଶା ଆସିବେ ଆମିକସ କ୍ୟୁରୀ

୬ ରେ ଓଡ଼ିଶା ଆସିବେ ଆମିକସ କ୍ୟୁରୀ

221

ପୁରୀ,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଆମିକସ କ୍ୟୁରୀ । ୬ ଓ ୭ ତାରିଖରେ ପୁରୀ ଗସ୍ତ କରିବେ ଆମିକସ୍ କ୍ୟୁରୀ ରଞ୍ଜିତ କୁମାର । ତାଙ୍କ ସହ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ପୁରୀ ଗସ୍ତରେ ଆସିବେ । ପୁରୀରେ ଉଛେଦ କାର‌୍ୟ୍ୟ ନେଇ ଅନୁଧ୍ୟାନ କରିବେ । ଅନୁଧ୍ୟାନ ପରେ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ । ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ ୬ ତାରିଖରେ ଭୁବନେଶ୍ୱର ପହଞ୍ଚିବା ପରେ ପୁରୀ ଗସ୍ତ କରିବେ । ୭ ତାରିଖରେ ଭୁବନେଶ୍ୱର ଫେରି ଦିଲ୍ଲୀ ଗସ୍ତ କରିବେ । ପୁରୀ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଉଚ୍ଛେଦକୁ ବିରୋଧ କରି ସର୍ବୋଚ୍ଚ ନ୍ୟାୟାଳୟରେ ଦାୟର ହୋଇଥିବା ସମସ୍ତ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଥିଲା। ଆସନ୍ତା ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.