Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲ୍ଲାରେ କୋଭିଡ୍‌ କଟକଣାରେ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ

ନୟାଗଡ଼ ଜିଲ୍ଲାରେ କୋଭିଡ୍‌ କଟକଣାରେ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ

32

ନୟାଗଡ଼, ୨୧ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସରକାରଙ୍କ ନିୟମ ଅନୁଯାୟୀ ଗୁରୁବାର ଠାରୁ ନୟାଗଡ଼ ଜିଲ୍ଲାର ୫୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ କଲେଜମାନଙ୍କରେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ପାଠପଢା କୋଭିଡ୍ ନିୟମ ଅନୁସାରେ ଆରମ୍ଭ ହୋଇଛି। ଦଶମ ଶ୍ରେଣୀରୁ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ବହୁତ ଉତ୍ସାହ ସହକାରେ ନୂଆକରି କଲେଜରେ ପାଦ ଥାପି ଖୁସି ଅନୁଭବ କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ଯୁକ୍ତ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ କରୋନାକୁ ନଜରରେ ରଖି ଶ୍ରେଣୀଗୃହ ଓ କଲେଜ କ୍ୟାମ୍ପସ ବିଶୋଧନ ସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କଂଟେନମେଂଟ ଜୋନରେ ଥିବା କଲେଜ ନଖୋଲିବା ପାଇଁ ନିର୍ଦ୍ଦେଶ ରହିଥିବାବେେଳେ ଅଭିଭାବକମାନଙ୍କ ସହମତି ଆଣି ଛାତ୍ରଛାତ୍ରୀମାେନେ ଅଫ୍‌ଲାଇନ୍ କ୍ଲାସ କରିପାରିବେ ବୋଲି କୁହାଯାଇଛି। ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ମତେ ପୂର୍ବାହ୍ନ ୧୦ଟାରୁ କ୍ଲାସ ଆରମ୍ଭ ହୋଇଥିବାବେେଳେ ସାଢେ ୧ଟା ଯାଏଁ କ୍ଳାସ ଚାଲିଥିବା ଦେଖିବାକୁ ମିଳିଥିଲା। ତେବେ ସରକାରଙ୍କ ନିର୍ଦ୍ଦେଶ ମତେ କୋଭିଡ୍ କଟକଣାକୁ ନଜରରେ ରଖି ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ସହମତିରେ ସବୁ ପ୍ରକାର ପ୍ରାକ୍ ବ୍ୟବସ୍ଥା ସହ ଏକାଦଶ ଶ୍ରେଣୀର ପାଠ ପଢା ଆରମ୍ଭ ହୋଇଥିବା ଇଟାମାଟି ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଅଶୋକ କୁମାର ନାୟକ ଓ ମାଳିସାହି ଗତୀଶ୍ୱର ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷା ଅମିତା ଦାଶ ପ୍ରକାଶ କରିଛନ୍ତି। ଏହି ଅବସରରେ କେତେକେ ଯୁକ୍ତ ଦୁଇ କଲେଜରେ ଛାତ୍ରଛାତ୍ରୀମାନଙ୍କ ପ୍ରଥମ ପ୍ରବେଶରେ ଅଭିଭାବକ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ନେଇ ଇଣ୍ଡକ୍‌ସନ ସେରିମନି ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.