Home ଜିଲ୍ଲା ପରିକ୍ରମା ୬୦ ଘଣ୍ଟା ପରେ ଖୋଲିଲା ଆଖଣ୍ଡଳମଣି ମନ୍ଦିର

୬୦ ଘଣ୍ଟା ପରେ ଖୋଲିଲା ଆଖଣ୍ଡଳମଣି ମନ୍ଦିର

75

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଖଣ୍ଡଳମଣିଙ୍କ ମନ୍ଦିରରେ ଗତ ଗୁରୁବାର ଦିନ ଜଣେ ସେବାୟତଙ୍କ କରୋନା ପଜିଟିଭ୍ ଦେଖାଦେବା ପରେ ପ୍ରଶାସନ ପକ୍ଷରୁ ତତ୍‌କାଳ ସର୍ବସାଧାରଣ ଓ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଥିଲା । ଏଥିସହ ମନ୍ଦିରକୁ ସାନିଟାଇଜ୍ ପାଇଁ ୬୦ ଘଣ୍ଟା ବନ୍ଦ ରଖାଯାଇଥିଲା । ପ୍ରଶାସନର ନଟକା ଜାରି ଅନୁଯାୟୀ ଶନିବାର ସନ୍ଧ୍ୟା ୬ଟାରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଛି । ଏଥିସହ ପ୍ରଶାସନର ପରାମର୍ଶ ଅନୁଯାୟୀ ମନ୍ଦିରର ସମସ୍ତ ସେବାୟତଙ୍କର କୋଭିଡ୍ ଟେଷ୍ଟ କରାଯାଇଛି । ଗତ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ୯୨ ଜଣ ଓ ଶନିବାର ଦିନ ୧୫୦ ଜଣ ହିସାବରେ ମୋଟ ୨୪୨ ଜଣ ସେବାୟତଙ୍କର କୋଭିଡ୍ ପରୀକ୍ଷା କରାଯାଇଥିବା ବିଷୟ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.