Home କେନ୍ଦୁଝର ୬ମାସ ହେଲା ଡାକ୍ତରପଦବୀ ଖାଲି ହଦଗଡ ଡାକ୍ତରଖାନାରେ ମିଳୁନି ସ୍ୱାସ୍ଥ୍ୟସେବା

୬ମାସ ହେଲା ଡାକ୍ତରପଦବୀ ଖାଲି ହଦଗଡ ଡାକ୍ତରଖାନାରେ ମିଳୁନି ସ୍ୱାସ୍ଥ୍ୟସେବା

31

ହାଟଡ଼ିହି, ୨୮ /୧୦ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ଆଦିବାସୀ ବହୁଳ ଅଞ୍ଚ ଭାବେ ପରିଚିତ ହଦଗଡରେ ଡାକ୍ତରଖାନା ଥିଲେ ମଧ୍ୟ ସେଠାରେ ୬ମାସ ହେଲା ଡାକ୍ତର ନଥିବାରୁ ଅଞ୍ଚଳବାସୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋେଇ ନାନା ଅସୁବିଧା ଭୋଗ କରୁଛନ୍ତି । ସେଠାରେ ଡିଏମଏଫ ଫଣ୍ଡରେ ନିଯୁକ୍ତି ପାଇଥିବା ଡାକ୍ତର ସନ୍ୟାସୀ ଚରଣ ସେଠୀ ଚାକିରି ପାଇ ପଳାଇବାପରେ ଆଜି ପର୍ଯ୍ୟନ୍ତ ସେଠାରେ କୌଣସି ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇନି । ଏହି ଡାକ୍ତରଖାନାଟି ଉପରେ ହଦଗଡ, ମଧୁବନ, ବାଙ୍ଗୋର, ଶଙ୍କଟପାଲିଆ, ହରଡବାଡି, ମଲ୍ଲିପସି, ସରମୁଣ୍ଡି, ଦଲକି, ପିତାନାଉ ପ୍ରଭୃତି ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି । ଏପରିକି ପାଖରେ ଥିବା ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ, ଏହା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାକାର ଲୋକମାନେ ବର୍ତ୍ତମାନ ସମୟରେ ଥଣ୍ଡା, ଜ୍ୱର, ଝାଡା ଆଦି ରୋଗରେ ପିଡିତ ହୋଇ ଡାକ୍ତରଖାନାକୁ ଆସୁଥିଲେବି ଡାକ୍ତର ନଥିବାରୁ ଏମାନେ ୩୦କିଲୋମିଟର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଛନ୍ତି । ଏପରିକି ଚିକିତ୍ସାରେ ବିଳମ୍ବ ଘଟୁଥିବାରୁ ଅନେକ ମୃତାହତ ହେଉଥିବା ନଜିର ମଧ୍ୟ ରହିଛି । ଏଠାରେ ଡାକ୍ତର ନିଯୁକ୍ତି ନେଇ ସ୍ଥାନୀୟ ଲୋକମାନେ ବାରମ୍ବାର ଜିଲ୍ଲା ମୁକ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଦାବି କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହାକୁ ନିଯୁକ୍ତି ଦିଆଯାଇ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏ ସମ୍ପର୍କରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାôଦକାରୀ ଡାକ୍ତର ପ୍ରଭାତ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏବେ ଡାକ୍ତର ପୋଷ୍ଟିଂ ନଥିବାରୁ ଆମେ ଓରାଳି ଡାକ୍ତରଖାନାର ଡାକ୍ତର ସଞ୍ଜୟ କୁମାର ଦାସଙ୍କୁ ସପ୍ତାହକୁ ଦୁଇଦିନ ପାଇଁ ହଦଗଡ ଡାକ୍ତରଖାନାକୁ ଡେପୁଟେସନରେ ଦେଇଛୁ । ଆସନ୍ତା ଦିନେ ଦୁଇଦିନ ଭିତରେ ସେ ଯାଇ ରୋଗୀସେବା କରିବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.