Home କେନ୍ଦୁଝର ୬ମାସ ହେଲାଣି ବିଦ୍ୟୁତ ଖୁଣ୍ଟ ଚୋରୀ, ବିଭାଗର ନିଘା ନାହିଁ, ହାତୀ ଭୟରେ କାଟିଦେଲା ବିଦ୍ୟୁତ...

୬ମାସ ହେଲାଣି ବିଦ୍ୟୁତ ଖୁଣ୍ଟ ଚୋରୀ, ବିଭାଗର ନିଘା ନାହିଁ, ହାତୀ ଭୟରେ କାଟିଦେଲା ବିଦ୍ୟୁତ ସଂଯୋଗ, ଲୋକେ କଲବଲ

118

ହାଟଡ଼ିହି, ୧୩ । ୪ : କେନ୍ଦୁଝର ଜିଲ୍ଲା ହଦଗଡକୁ ସଂଯୋଗ କରୁଥିବା ବିଦ୍ୟୁତ ଖୁଣ୍ଟ ଗୁଡିକ ମଧ୍ୟରୁ ୬ଗୋଟି ବିଦ୍ୟୁତ ଖୁଣ୍ଟକୁ କେହି ଦୁର୍ବୁତ ୬ମାସ ହେଲା ଚୋରୀ କରିନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଭାଗ କୌଣସି ଦୃଷ୍ଟି ଦେଇ ନଥିଲା । କେବୁଲ ତାର ଯୋଗେ ବିଦ୍ୟୁତ ସଂଯୋଗ ହେଉଥିବାରୁ କୌଣସି ଅସୁବିଧା ମଧ୍ୟ ନଥିଲା । ଗତ କାଲି ହାଟଡିହିରେ ବିଦ୍ୟୁତ ତାର ଲାଗି ୮ଟି ଗୋରୁଙ୍କ ମୃତ୍ୟୁପରେ ବନ ବିଭାଗ ତତ୍ପରତା ଦେଖାଇ ଏ ସମ୍ପର୍କରେ ବିଦ୍ୟୁତ ବିଭାଗକୁ ଅବଗତ କରିଥିଲା । ଗତ କିଛିଦିନ ହେଲା ଦନ୍ତା ହାତୀଟି ହଦଗଡ ଅଞ୍ଚଳରେ ବୁଲାବୁଲି କରୁଥିବାରୁ ଏହି ବିଦ୍ୟୁତ ତାର ଦ୍ୱାରା କାଳେ କିଛି ଅଘଟଣ ଘଟିବ ସେନେଇ ବିଦ୍ୟୁତ ବିଭାଗ ଗତକାଲି ଠାରୁ ବିଦ୍ୟୁତ ସଂଯୋଗକୁ ବିଛିନ୍ନ କରିଦେଇଛି । ଯାହାଦ୍ୱାରାକି ହଦଗଡ ଅଞ୍ଚଳଟି ସମ୍ପୁର୍ଣ୍ଣ ଅନ୍ଧକାରମୟ ହୋଇଯାଇଛି । ବର୍ତ୍ତମାନ ଖରାଦିନ ସମୟରେ ବିଭାଗର ଏପରି ନିଷ୍ପତି ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୬ମାସ ହେଲା କେହି ଦୁର୍ବୁତ ୬ଟି ଲୁହାରେ ତିଆରି ବିଦ୍ୟୁତ ଖୁଣ୍ଟକୁ କାଟି ନେଇଯାଇଥିବାବେଳେ ବିଭାଗୀୟ କର୍ତ୍ତୁପକ୍ଷ ଏଥିପ୍ରତି କାହିଁକି ପଦକ୍ଷେପ ନେଇ ନଥିଲେ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି ।ଏବେ ପ୍ରଚଣ୍ଡ ରୌଦ୍ରତାପ ସମୟରେ ଓ କରୋନା ଲକଡାଉନ ସମୟରେ ବିଦ୍ୟୁତ କାଟିବା ଦ୍ୱାରା ଲୋକମାନେ କିପରି ଘରେ ରହିବେ ତାହାହିଁ ଅଞ୍ଚଳବାସୀଙ୍କୁ ଆନ୍ଦୋଳିତ କରିଛି । ଏନେଇ ଆଜି କିଛି ଅଞ୍ଚଳବାସୀ ବିଭାଗୀୟ ଅଧିକାରୀ ମାନଙ୍କୁ ଭେଟି ଅଭିଯୋଗ କରିଥିଲେବି କରୋନା ପରେ ଯାହା କରାଯିବ ବୋଲି କହିବାରୁ ଲୋକଙ୍କ ଭିତରେ ତୀବ୍ର ଅସନ୍ତାଷ ପ୍ରକାଶ ପାଇଛି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଲୋକମାନଙ୍କୁ ବିଦ୍ୟୁତ ସଂଯୋଗ କରିବାପାଇଁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.