Home ଓଡ଼ିଶା ୬ଫୁଟ୍ ଲମ୍ବର ଅଜଗର ଉଦ୍ଧାର

୬ଫୁଟ୍ ଲମ୍ବର ଅଜଗର ଉଦ୍ଧାର

171

କେନ୍ଦୁଝର,ତା ୬ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତ ୮ନମ୍ବର ୱାର୍ଡ଼ ପୋଇପାଣି ଗ୍ରାମରୁ ଏକ ୬ଫୁଟ ଲମ୍ବର ଅଜଗରକୁ ବନବିଭାଗ ଉଦ୍ଧାର କରିଛି । ଖବର ଅନୁଯାୟୀ ରବିବାର ଦିନ ଅଜଗରଟି ପୋଇପାଣି ମହାନ୍ତ ସାହିର ଉମାକାନ୍ତ ମହାନ୍ତଙ୍କ ଘର ପଛପଟ ପୋଖରୀରେ ହଂସ ଶିକାର କରିଥିଲା । ଗୋଟିଏ ହଂସକୁ ଗିଳି ଦେବା ପରେ ନିକଟସ୍ଥ ଧାନବିଲର ଏକପାର୍ଶ୍ବରେ ଶୋଇଥିଲା ।ଶ୍ରୀମହାନ୍ତ ଅଜଗରକୁ ଦେଖି ସଙ୍ଗେ ସଙ୍ଗେ କେନ୍ଦୁଝର ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତରେ ସାପକୁ ଉଦ୍ଧାର କରି ପୋଇପାଣି ନିକଟସ୍ଥ ଧୁବୁଲାବେଡ଼ା ଜଙ୍ଗଲରେ ଛାଡ଼ି ଦେଇଥିବାର ଜଣାପଡ଼ିଛି । ସାପକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକମାନଙ୍କ ଗହଳି ଲାଗିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.