Home ଓଡ଼ିଶା ପାଲା ଗାୟକ ନିରଞ୍ଜନ ମହାନ୍ତଙ୍କୁ ‘କଳାଶ୍ରୀ’ ସମ୍ମାନରେ ସମ୍ବର୍ଦ୍ଧିତ

ପାଲା ଗାୟକ ନିରଞ୍ଜନ ମହାନ୍ତଙ୍କୁ ‘କଳାଶ୍ରୀ’ ସମ୍ମାନରେ ସମ୍ବର୍ଦ୍ଧିତ

713

କେନ୍ଦୁଝର,ତା ୬ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପଣ୍ଡାପଡାର ପାଲା ଗାୟକ ସାରସ୍ବତ ନିରଞ୍ଜନ ମହାନ୍ତ ‘କଳାଶ୍ରୀ’ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି । ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ନନ୍ଦିପୁର ନିକଟସ୍ଥ ବାବଲପୁର ଦୁର୍ଗାପୂଜାର ମହାସପ୍ତମୀ ପୂଜା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଶ୍ରୀ ମହାନ୍ତଙ୍କ ପାଲା କଳା ପରିବେଷଣରେ ନିପୁଣତା ଓ ଉତ୍କଳୀୟ ପାଲା ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାରେ ଏକନିଷ୍ଠ ସାଧନା ଓ ଅମ୍ଳାନ ଚେଷ୍ଟା ପାଇଁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଦୀନଦୟାଲ ଦାଶ, ସମ୍ମାନିତ ଅତିଥିଭାବେ ଜାତୀୟ ରାଜପଥ ଅବସରପ୍ରାପ୍ତ ଅଧିକାରୀ ରବିନାରାୟଣ ସାହୁ, ସାହିତ୍ୟିକ ମଦନମୋହନ ଜେନା, ଯୋଗଦେଇ ଶ୍ରୀମହାନ୍ତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହା ପୂର୍ବରୁ ସେ ବିଭିନ୍ନ ଜିଲ୍ଲାର ଅନୁଷ୍ଠାନ ପକ୍ଷରୁ ବହୁ ଉପାଧିରେ ଭୂଷିତ ହୋଇପାରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.