Home ଜିଲ୍ଲା ପରିକ୍ରମା ୬ଦିନ ପରେ ପ୍ରଜାକୋର୍ଟ କରି ଅପହୃତ ଯବାନଙ୍କୁ ମୁକ୍ତ କଲେ ମାଓବାଦୀ

୬ଦିନ ପରେ ପ୍ରଜାକୋର୍ଟ କରି ଅପହୃତ ଯବାନଙ୍କୁ ମୁକ୍ତ କଲେ ମାଓବାଦୀ

76

ମାଲକାନଗିରି,୮ା ୪ (ଓଡିଆ ପୁଅ ) ଦୀର୍ଘ ୬ଦିନ ପରେ ପ୍ରଜାକୋର୍ଟ କରି ଅପହୃତ କୋବ୍ରାବାଟେଲିୟନ ଯବାନଙ୍କୁ ମୁକ୍ତ କରିଛନ୍ତି ମାଓବାଦୀ ମାନେ । ଆଜି ବିଜାପୁର ତେରମ ଜଙ୍ଗଲରେ ମାଓବାଦୀ ମାନେ ଗ୍ରାମବାସୀ ଓ ପଦ୍ମଶ୍ରୀ ଧମପାଲ ଶନି,ଗଣ୍ଡଓ୍ୟାନା ସମାଜର ଅଧ୍ୟକ୍ଷ ଏନ.ଏମ.ବୈରୀୟା ଓ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ମୁକ୍ତ କରିଛନ୍ତି ଯବାନଙ୍କୁ । ମାଓକବଳରୁ ମୁକ୍ତହେବା ପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଯବାନ ରାକେଶ ସିଂ ମନହସ ଙ୍କୁ ବାସାଗୁଡା ସିଆରପିଏଫ କ୍ୟାମ୍ପକୁ ନିଆଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜାଚଂକରାଯାଇଛି । ଯବାନ ମୁକ୍ତ ହେବାପରେ ତାଙ୍କ ପରିବାରଙ୍କ ସହିତ ଖୁସିରେ ଫୋନ ଯୋଗେ କଥା ହୋଇ କହିଛନ୍ତି ମରଣ ଯନ୍ତାରୁ ସେ ଜୀବନ ପାଇ ଫେରି ଆସିଛନ୍ତି । ସୁଚନା ଯୋଗ୍ୟ ଯେ ଗତ ଶନିବାର ଦିନ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଟେକଲଗୁଡମ ଜଙ୍ଗଲରେ ମାଓବାଦୀ ପୁଲିସର ଗୁଳିବିନିମୟ ୨୨ଜଣ ଯବାନ ସହିଦ ହୋଇଥିବା ବେଳେ ୩୦ ଯବାନ ଆହତ ହୋଇଥିଲେ । କୋବ୍ରା ବାଟାଲିୟନ ଯବାନ ରାକେଶ୍ୱର ସିଂ ମନହାସ ଙ୍କୁ ମାଓବାଦୀ ମାନେ ସେହି ଜଙ୍ଗଲରୁ ଅପହରଣ କିନେଇଥିଲେ । ପୁଲିସ ଓ ଯବାନ ମାନଙ୍କ ପକ୍ଷରୁ ଅପହୃତ ଯବାନଙ୍କୁ ବହୁତ ଖୋଜା ଖୋଜି କରିବା ଓ ଯବାନଙ୍କ ପରିବାର ପକ୍ଷରୁ ତାଙ୍କୁ ମୁକ୍ତକରିବା ପାଇଁ ଅନୁରୋଧ କରିବା ପରେ ମାଓବାଦୀ ମାନେ ଅପହୃତ ଯବାନଙ୍କ ଫଟୋ ଜାରି କରି ସେ ଏବେ ସୁରକ୍ଷିତ ରହିଛନ୍ତି ବୋଲି ଛତିଶଗଡ ମାଓବାଦୀ ଦଳମ ପକ୍ଷରୁ କିଛି ଗଣ ମାଧ୍ୟମକୁ ଏ ସଂପର୍କରେ ସୁଚାନା ଦେଇଥିଲେ । ଅପର ପକ୍ଷରେ ମାଓବାଦୀଙ୍କ କବ୍ଚାରେ ଥିବା ଯବାନ ଙ୍କୁ ମୁକ୍ତ କରିବାପାଇଁ ଛତିଶଗଡ ରାଜ୍ୟ ଜେଲବନ୍ଦୀ ମୁକ୍ତ ସମିତି ଓ ମାନବଅଧିକାର କର୍ମୀ ସୋନି ସୋଡି ପକ୍ଷରୁ ମାଓବାଦୀ ମାନଙ୍କ ସହିତ ଆଲୋଚନା କରିବା ପାଇଁ ବୁଧବାର ଦିନ ସେମାନଙ୍କ ନିକଟକୁ ଯାଇ ଆଲୋଚନା କରିଥିଲେ । ଆଜି ପୁଣି ଥରେ ପଦ୍ମଶ୍ରୀ ଧମପାଲ ଶନି,ଗଣ୍ଡଓ୍ୟାନା ସମାଜର ଅଧ୍ୟକ୍ଷ ଏନ.ଏମ.ବୈରୀୟା ଓ କିଛି ଗଣମାଧ୍ୟମ ପ୍ରତିନିଧି ମାଓକ୍ୟାମ୍ପକୁ ଯାଇ ଆଲୋଚନା କରିବା ପର୍ପେ୍‌ଜାକୋର୍ଟରେ ହଜାର କରି ସମସ୍ତଙ୍କ ଉପସ୍ଥିତିରେ ମାଓବାଦୀ ମାନେ ଯବାନଙ୍କୁ ମୁକ୍ତ କରିଦେଇଥିବାର ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.