Home ଓଡ଼ିଶା ୬ଟି ବ୍ୟାଙ୍କରୁ ୪୧୪ କୋଟି ଟଙ୍କାର ଋଣ ନେଇ ବିଦେଶ ଛୁ ମାରିଛି ଚାଉଳ ବେପାରୀ

୬ଟି ବ୍ୟାଙ୍କରୁ ୪୧୪ କୋଟି ଟଙ୍କାର ଋଣ ନେଇ ବିଦେଶ ଛୁ ମାରିଛି ଚାଉଳ ବେପାରୀ

450

ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ) ସରକାରି ବ୍ୟାଙ୍କରୁ ଋଣ ନେଇ ଅନେକ କମ୍ପାନୀର ମାଲିକ ମାନେ ଏବେ ବିଦେଶରେ ଲୁଚିବା ଏକ ପ୍ରକାରର ଅଭ୍ୟାସରେ ପରିଣତ ହୋଇଗଲାଣି। ବ୍ୟାଙ୍କ ଡିଫଲ୍ଟରମାନେ ଦେଶ ଛାଡି ପଳାୟନ କରୁଛନ୍ତି। ବ୍ୟାଙ୍କ ଏବଂ ସିବିଆଇ ତଥା ତଦନ୍ତକାରୀ ସଂସ୍ଥା ସେମାନଙ୍କ ପଛରେ ପଡ଼ୁଛନ୍ତି। ଏହିପରି ଏକ ନୂଆ ମାମଲା ଆଜି ରିପୋର୍ଟ ହୋଇଛି ଗଣମାଧ୍ୟମରେ। ସେହିପରି ବ୍ୟାଙ୍କ ଡିଫଲ୍ଟରମାନଙ୍କ ମଧ୍ୟରୁ ଏକ ଦିଲ୍ଲୀର ଫାର୍ମ ବିରୋଧରେ ଅଭିଯୋଗ କରିଛି ଏସବିଆଇ। ତାହା ପୁଣି ୪ ବର୍ଷ ପରେ ଖୋଜିବା ପରେ।

ରିପୋର୍ଟ ଅନୁଯାୟୀ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ରେ ଦିଲ୍ଲୀର ବାସମତି ଚାଉଳ ରପ୍ତାନି ସଂସ୍ଥା ବିରୋଧରେ ଏକ ଅଭିଯୋଗ ଦାଖଲ କରିଛି। ଯେଉଁଥିରେ ୪୧୪ କୋଟି ଟଙ୍କାର ଛଅଟି ବ୍ୟାଙ୍କକୁ ଠକିଥିବା ଏହାର ପ୍ରମୋଟରମାନେ ନିଖୋଜ ଅଛନ୍ତି ଏବଂ ସେମାନେ ଦେଶ ଛାଡ଼ି ପଳାୟନ କରିଛନ୍ତି ବୋଲି ପ୍ରକାଶ କରିଛି ଏସ୍‌ବିଆଇ।

ବ୍ୟାଙ୍କ ଡିଫଲ୍ଟର ରାମ ଦେବ ଇଣ୍ଟରନ୍ୟାସନାଲ ଲିମିଟେଡର ମାଲିକମାନେ ନିଖୋଜ ଥିବା କୁହାଯାଉଛି।

କେନ୍ଦ୍ରୀୟ ଏଜେନ୍ସି ଏପ୍ରିଲ ୨୮ ରେ ମାଲିକ – ସୁରେଶ କୁମାର, ନରେଶ କୁମାର ଏବଂ ସାଙ୍ଗିତାଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା ଏବଂ ସେମାନଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର (LOCs) ଜାରି କରାଯାଇଛି।

୨୦୧୮ ରେ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନସିଏଲଟି) ଆଦେଶ ଅନୁଯାୟୀ ପ୍ରମୋଟରମାନେ ଦୁବାଇକୁ ପଳାଇଛନ୍ତି ବୋଲି ସୂଚନା ଦିଆଯାଇଛି।

କମ୍ପାନୀର ଋଣ ୨୦୧୬ ରେ NPA ଭାବରେ ବର୍ଗୀକୃତ ହୋଇଥିଲା। ଚାରି ବର୍ଷ ବିଳମ୍ବ ପରେ ବ୍ୟାଙ୍କ ଚଳିତ ବର୍ଷ ଫେବୃଆରୀରେ ବ୍ୟାଙ୍କ ସିବିଆଇରେ ଅଭିଯୋଗ କରିଥିଲା।

ଏକ ସ୍ୱତନ୍ତ୍ର ଅଡିଟରୁ ଜଣାପଡିଛି ଯେ ଋଣ ନେଇଥିବା ବ୍ୟକ୍ତିମାନେ ଆକାଉଣ୍ଟକୁ ଜାଲିଆତି କରିଛନ୍ତି, ବାଲାନ୍ସ ସିଟ୍ ଜାଲିଆତି କରିଛନ୍ତି ଏବଂ ବ୍ୟାଙ୍କ ପାଣ୍ଠି ଖର୍ଚ୍ଚରେ ବେଆଇନ ଭାବେ ଲାଭ ପାଇବା ପାଇଁ ପ୍ଲାଣ୍ଟ ଏବଂ ଯନ୍ତ୍ରପାତିକୁ ଅନଧିକୃତ ଭାବେ ହଟାଇ ଦେଇଛନ୍ତି।

କେଉଁ ବ୍ୟାଙ୍କରୁ କେତେ ଋଣ

ଏସବିଆଇରୁ ୧୭୩ କୋଟି, କାନାରା ବ୍ୟାଙ୍କ ୭୬ କୋଟି, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ୬୪ କୋଟି, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ୫୧ କୋଟି, କର୍ପୋରେସନ ବ୍ୟାଙ୍କ ୩୬ କୋଟି ଏବଂ ଆଇଡିବିଆଇ ବ୍ୟାଙ୍କ ୧୨ କୋଟି ଟଙ୍କା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.