Home ଜିଲ୍ଲା ପରିକ୍ରମା ୫ ବାଇକ୍ ସହ ଦେଶୀମଦ ଜବତ୍‌ – ୨ ଯୁବକ ଗିରଫ

୫ ବାଇକ୍ ସହ ଦେଶୀମଦ ଜବତ୍‌ – ୨ ଯୁବକ ଗିରଫ

77

ବାଲେଶ୍ୱର, ୧୦ା୭(ଓଡ଼ିଆ ପୁଅ/ଅଭୟ ଦାସ): ପୁରୁଣା ବାଲେଶ୍ୱରରୁ ସୋର ଅଞ୍ଚଳକୁ ଚାଲାଣ ହେଉଥିବା ବିପୁଳ ପରିମାଣର ଦେଶୀମଦ ଓ ୫ ଗୋଟି ବାଇକ୍ ଜବତ୍ ସହ ଅବକାରୀ ବିଭାଗ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଯୁବକ ଦୁଇଜଣ ହେଲେ ଚାନ୍ଦିପୁର ଥାନା ଅନ୍ତର୍ଗତ ପୁରୁଣାବାଲେଶ୍ୱର ଅଞ୍ଚଳର ସୃଷ୍ଟିଧର ସାମଲଙ୍କ ପୁତ୍ର କାର୍ତ୍ତର୍ିକ ସାମଲ(୨୮) ଓ ରାଜବରହମପୁର ଥାନା ଅନ୍ତର୍ଗତ ଦରଖୁଳି ଅଞ୍ଚଳର ଉମାକାନ୍ତ ସ୍ୱାଇଁଙ୍କ ପୁତ୍ର ଅରଜିତ୍ ସ୍ୱାଇଁ(୧୯)। ଏହି ଦୁଇଜଣଙ୍କ ସମେତ ୫ ଜଣ ୫ ଗୋଟି ବାଇକ୍‌ରେ ଦେଶୀମଦ ନେଇ ସୋର ଅଞ୍ଚଳର ବେପାରୀଙ୍କୁ ଦେବା ପାଇଁ ସଲଟ ରୋଡ଼ରେ ଯାଉଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ମୋବାଇଲ ସ୍କ୍ୱାର୍ଡ଼ ଅଭିଯୁକ୍ତମାନଙ୍କ ପିଛା କରିଥିଲା। ମୋବାଇଲ ସ୍କ୍ୱାର୍ଡ଼ ଇନ୍‌ସ୍ପେକ୍ଟର ଗାଲୁରାମ ସୋରେନ୍ ଓ ସଦର ଇନସ୍ପେକ୍ଟର ପ୍ରବୀଣ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ସେମାନଙ୍କୁ ପିଛାକରି ସଲଟରୋଡ଼ର କାନକଟାଠାରେ ଅଟକିବାକୁ ଚେଷ୍ଟା କରିଥିଲା। ତେବେ ସେଥିରୁ ୩ ଜଣ ଖସି ପଳାଇ ଯାଇଥିବା ବେଳେ ଅରଜିତ୍ ଓ କାର୍ତ୍ତିକକୁ ଅବକାରୀ ଟିମ୍ କାବୁ କରିଥିଲା। ୫ ଗୋଟି ବାଇକ୍ ଓ ୭୫୦ ଲିଟର ଦେଶୀମଦ ଜବତ୍ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନେ ସମସ୍ତେ ଏହି ଦେଶୀମଦ ପୁରୁଣାବାଲେଶ୍ୱରରୁ ନେଇ ସୋର ଯାଉଥିଲେ ବୋଲି ଗିରଫ ଅଭିଯୁକ୍ତ ଦ୍ୱୟ ପ୍ରକାଶ କରିଥିଲେ। ଏନେଇ ୩୭/୨୦୨୦-୨୧ ଓ ୩୮/୨୦୨୦-୨୧ ନଂର ଦୁଇଗୋଟି ମାମଲା ରୁଜୁ ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସବ-ଇନ୍‌ସ୍ପେକ୍ଟର କୁଳମଣି ମହାରଣା, ଏଏସଆଇ ବ୍ରଜ ମୋହନ ମଲ୍ଲିକ, ରାମଚନ୍ଦ୍ର ମହାନ୍ତି, ଧୀରେନ୍ଦ୍ର ସିଂ, ଅଞ୍ଚଳନ ଜେନା, ରଶ୍ମିରେଖା ପାତ୍ର, ବିଦ୍ୟାଧର ବିନ୍ଧାଣୀ, ଶଶିକାନ୍ତ ସାହୁ ପ୍ରମୁଖ ଏହି ଚଢ଼ଉରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.