Home କେନ୍ଦ୍ରାପଡ଼ା ପାୟଲ ମ୍ୟୁଜିକସ୍କୁଲରେ ବନମହୋତ୍ସବ ଅନୁଷ୍ଠିତ

ପାୟଲ ମ୍ୟୁଜିକସ୍କୁଲରେ ବନମହୋତ୍ସବ ଅନୁଷ୍ଠିତ

81

କେନ୍ଦ୍ରାପଡା ୧୦/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ପାୟଲ ମ୍ୟୁଜିକ ସ୍କୁଲ ଆନୁକୁଲ୍ୟରେ ଇନ୍ଦୁପୁରସ୍ଥିତ ଶ୍ରୀମା ଅରବିନ୍ଦ ଆଶ୍ରମ ପରିସରରେ ୭୧ତମ ବନମୋହତ୍ସବ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଦେବାଶିଷ ସାମଲଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା ଓ ସାଂସଦଙ୍କ ପ୍ରତିନିଧି ତଥା ଇନ୍ଦୁପୁରର ଯୁବନେତା ଆଲୋକ ସାହୁ ଯଥାକ୍ରମେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମାନବ ସମାଜ ଓ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇନ୍ଦୁପୁର ସରପଂଚ ରୀନା ମଳିକ, ବରିଷ୍ଠ ଶିକ୍ଷାବୀତ ସୁବାଷ ଚନ୍ଦ୍ର ମଜୁମଦାର ପ୍ରମୁଖ ଉପସ୍ଥିତଥିଲେ। ଅନୁଷ୍ଠାନର ସଭାପତି ନୀଳମାଧବ ପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଆଶ୍ରମ ପରିସରରେ ଚାରାରୋପଣ କରିଥିଲେ। ବିଦ୍ୟାଳୟର କେତେକ ଛାତ୍ରଛାତ୍ରୀ କୋଭିଡ-୧୯ ନିୟମ ଅନୁଯାଇ ସାମାଜିକ ଦୂରତା ରକ୍ଷା ପୂର୍ବକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.