Home ଜିଲ୍ଲା ପରିକ୍ରମା ୫ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା ଆଇସିଟିଇ ସଂଘ ଭଦ୍ରକ...

୫ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା ଆଇସିଟିଇ ସଂଘ ଭଦ୍ରକ ଶାଖା

34

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୫ ବର୍ଷ ଧରି ଆଇସିଟିଇ ବିଦ୍ୟାଳୟ ଯୋଜନାରେ କାର୍ଯ୍ୟ କରି ଆସିଥିବା ୪ ହଜାର ସ୍କୁଲ କୋଡିନେଟରଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ, ସମସ୍ତ ସ୍କୁଲ କୋଡିନେଟରମାନଙ୍କୁ କୌଣସି ଘରୋଇ ସଂସ୍ଥା ହାତକୁ ଟେକିନଦେଇ ସରକାରୀ ସ୍ତରରେ ନିଯୁକ୍ତି ଦେବା, ଏହି ଆଇସିଟିଇ ବିଦ୍ୟାଳୟ ଯୋଜନାକୁ ଘରୋଇକରଣ କରାନଯାଇ ସରକାରଙ୍କ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ କରାଯିବା, ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମରେ କମ୍ପ୍ୟୁଟର ବିଷୟକୁ ବାଧ୍ୟତାମୂଳକ କରାଯିବା, ଓଡ଼ିଶାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଏହି ଆଇସିଟିଇ ବିଦ୍ୟାଳୟ ଯୋଜନାକୁ କାର୍ଯ୍ୟକାରୀ କରାଯିବା ଭଳି ୫ ଦଫା ଦାବି ନେଇ ଆଜି ଆଇସିଟିଇ ବିଦ୍ୟାଳୟ ସଂଯୋଜକ ସଂଘ, ଓଡ଼ିଶା ଭଦ୍ରକ ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସଂଘର ସଭାପତି ଶ୍ରୀବତ୍ସ ଖଡିରତ୍ନ, ସାଧାରଣ ସଂପାଦକ ଦୀନବନ୍ଧୁ ବାରିକ, କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କୁମାର ନାୟକ, ଉପସଭାପତି ରତିକାନ୍ତ ନାୟକ ଓ ରମେଶ ଚନ୍ଦ୍ର ସାହୁ, ଯୁଗ୍ମ ସଂପାଦକ ଚନ୍ଦ୍ରାବତୀ ନାୟକ, କୋଷାଧ୍ୟକ୍ଷ ଧନେଶ୍ୱର ସ୍ୱାଇଁ ଓ ସେକ୍ ଗୋଲାମ ଗୌସ, ଆବାହକ ସସ୍ମିତା କର, ସୁରେଖା ସାମଲ, ଉପଦେଷ୍ଟା ବ୍ରଜସୁନ୍ଦର ବେହେରା ଓ କିଶୋର ଚନ୍ଦ୍ର ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଆଜି ବହୁ କୋଡିନେଟର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ଏବଂ ସେମାନଙ୍କର ପୁନଃ ନିଯୁକ୍ତି ନିମନ୍ତେ ଓଡ଼ିଶା ସରକାର ଓ ବିଭାଗୀୟ ପ୍ରଶାସନ ନିକଟରେ ସେମାନଙ୍କର ୫ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.