Home ଜିଲ୍ଲା ପରିକ୍ରମା ଧାମନଗର ପୋଲିସକୁ ସଫଳତା, ୧୫ଲକ୍ଷରୁ ଉର୍ଦ୍ଧ୍ୱ ଚୋରିସାମଗ୍ରୀ ଜବତ

ଧାମନଗର ପୋଲିସକୁ ସଫଳତା, ୧୫ଲକ୍ଷରୁ ଉର୍ଦ୍ଧ୍ୱ ଚୋରିସାମଗ୍ରୀ ଜବତ

26

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବିଜ୍ଞାପିତ ଅଂଚଳର ହବିବିନଗର ଠାରେ କିଛିଦିନ ହେବ କେତେକ ଦୁର୍ବୁତମାନେ ସେଠାରେ ପେଣ୍ଠସ୍ଥଳି କରି ବିଭିନ୍ନ ଅପରାଧ ଘଟାଉଥିବା ସହିତ ବିଭିନ୍ନ ଆଡ଼କୁ ଯାଇ ଲୁଟ୍‌, ରାହାଜିନି ଓ ଚୋରି କରୁଥିବାର ଅଭିଯୋଗ ହେଉଛି । ଆଜି ଭୋର ଧାମନଗର ପୋଲିସ ପେଟ୍ରୋଲିଂ କରୁଥିବାବେଳେ ୩ଜଣ ଚୋରଙ୍କୁ ମଧ୍ୟ ଧରିବାରେ ସକ୍ଷମ ହୋଇଛନ୍ତି । ଘଟଣାରୁ ପ୍ରକାଶଯେ ଉକ୍ତ ହବିବିନଗରରୁ ରାବାନି ଖାଁ ଓ ନୁରାନି ଖାଁ, ପିତା- ସମସୁଦ୍ଦିନ୍ ଖାଁ, ମିର ଗୋଲାମ ମୟୁଦ୍ଦିନ୍‌, ପିତା- ମିରଉମର ଅଲ୍ଲୀ ଏମାନେ କେଉଁଝର ଅଂଚଳରୁ ବିଭିନ୍ନ ମୋବାଇଲ୍ ଟାୱାରରୁ ଯନ୍ତ୍ରାଂସ ମାନ ଚୋରିକରି ଓଆର-୦୪କେ-୦୨୨୬ ବୋଲେରୋ ଗାଡ଼ିରେ ପ୍ରାୟ ୧୫ଲକ୍ଷରୁ ଉର୍ଦ୍ଧ୍ୱ ଯନ୍ତ୍ରାଂସ ମାନ ନେଇ ଆସୁଥିବାବେଳେ ଧାମନଗର ପୋଲିସ କୌଣସି ସୂତ୍ରରୁ ଖବରପାଇଥିଲା । ଥାନାଅଧିକାରୀ ପ୍ରଦୀପ କୁମାର ମହନ୍ତଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ମୋତିଲାଲ ମାରାଣ୍ଡି ସଦଳବଳେ ଧାମନଗର ଛକରେ ପହଂଚି ଉକ୍ତ ଚୋର ମାନଙ୍କୁ ଗିରଫ କରିବା ସହିତ ଚୋରି ସାମଗ୍ରୀ ଓ ବୋଲେରୋକୁ ଜବତକରି ଥାନାକୁ ଆଣିଥିଲେ । ଏ ସମ୍ପର୍କରେ କେସ ନଂ ୧୮୪/୨୧ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲେ । ହେଲେ ସେମାନଙ୍କ ଜାମିନି ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି । ଧାମନଗର ଅଂଚଳରେ ଏପରି କିଛି ଦୁର୍ବୁତ ମାନେ ବାହାର ଅଂଚଳକୁ ଯାଇ ଚୋରିକରି ଧାମନଗରରେ ଥିବା କବାଡ଼ିଆ ମାନଙ୍କୁ ବିକ୍ର୍ରି କରାଯାଉଥିବାର ସୂଚନା ମିଳୁଛି । ତେବେ ଖୁବ୍ ଶୀଘ୍ର ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ଥାନା ଅଧିକାରୀ ଶ୍ରୀ ମହନ୍ତ ଆମପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.