Home ଜିଲ୍ଲା ପରିକ୍ରମା ୫-ଟି ସ୍କୁଲରେ ରୁପାନ୍ତରିଣ ପାଇଁ ଅଧିକାରୀଙ୍କ ସମୀକ୍ଷା

୫-ଟି ସ୍କୁଲରେ ରୁପାନ୍ତରିଣ ପାଇଁ ଅଧିକାରୀଙ୍କ ସମୀକ୍ଷା

124

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ଦ୍ୱିତୀୟ ପର୍ଯ୍ୟାୟରେ ୧୫ଗୋଟି ସରକାରୀ ହାଇସ୍କୁଲକୁ ୫-ଟି ରୁପାନ୍ତରିଣୀ ବିଦ୍ୟାଳୟ ଭାବେ ଚୟନ କରାଯାଇଥିବାବେଳେ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଆଜି ଉକ୍ତ ବିଦ୍ୟାଳୟ ଗୁଡ଼ିକୁ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଦୀଲ୍ଲିପ ପଣ୍ଡାଙ୍କ ସମେତ ଧୂଷୁରୀ ହାଇସ୍କୁଲର ପ୍ରଧନେ ଶିକ୍ଷକ ଅକ୍ଷୟ କୁମାର ହୋତା, ବାଲିପାଟଣା ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରୋଦ କୁମାର ନାୟକ, ନଦୀଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ହେମନ୍ତ ସୁତାର, ହସନବାଦ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଚିନ୍ମୟୀ ରାଉତ, ବମକୁରା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ସାହୁ, ବାପୁଜୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଦାସ ପ୍ରମୁଖ ଉପସ୍ଥିତ ରହି କିପରି ଭାବରେ ବିଦ୍ୟାଳୟର ଭିତିଭୂମୀ ସୁଦୃଢ ହେବା ସହିତ ସରକାରଙ୍କର ଏହି ଯୋଜନା ସଫଳ ରୁପାୟନ ହେବ ସେ ଦିଗରେ ଅଧିକାରୀଙ୍କୁ ମତାମତ ଲୋଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.