Home Top News ଆସନ୍ତାକାଲି ଶେଷ ହେବ କି କୃଷକଙ୍କ ଆନ୍ଦୋଳନ ? ସରକାରଙ୍କ ପ୍ରସ୍ତାବ ଉପରେ କୃଷକ ମୋର୍ଚ୍ଚାଙ୍କର...

ଆସନ୍ତାକାଲି ଶେଷ ହେବ କି କୃଷକଙ୍କ ଆନ୍ଦୋଳନ ? ସରକାରଙ୍କ ପ୍ରସ୍ତାବ ଉପରେ କୃଷକ ମୋର୍ଚ୍ଚାଙ୍କର ସହମତି

201

ନୂଆ ଦିଲ୍ଲୀ ୮-୧୨ (ଓଡ଼ିଆ ପୁଅ) ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା କୃଷକଙ୍କ ଆନ୍ଦୋଳନ ଆସନ୍ତାକାଲି ଶେଷ ହୋଇପାରେ। ଆଜି ସଂଯୁକ୍ତ କିସାନ୍ ମୋର୍ଚାର ଏକ ବୈଠକ ହୋଇଥିଲା। ଏହି ବୈଠକରେ ସରକାରଙ୍କ ପ୍ରସ୍ତାବ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହା ପରେ ସଂଯୁକ୍ତ କୃଷକ ମୋର୍ଚ୍ଚା କହିଛି ଯେ, ଭାରତ ସରକାରଙ୍କ ଦ୍ୱାରା ସଂଶୋଧିତ ଡ୍ରାଫ୍ଟ ପ୍ରସ୍ତାବ ଗ୍ରହଣ କରାଯାଇଛି ଏବଂ ଏହି ପ୍ରସ୍ତାବକୁ ଗ୍ରହଣ କରି SKM ମଧ୍ୟରେ ଏକ ସହମତି ପ୍ରକାଶ ପାଇଛି। ବର୍ତ୍ତମାନ ସରକାରଙ୍କ ଚିଠିରେ ଦସ୍ତଖତ ହୋଇଥିବା ଆନୁଷ୍ଠାନିକ ଚିଠିକୁ ଅପେକ୍ଷା କରାଯାଇଛି। ଆସନ୍ତାକାଲି ମଧ୍ୟାହ୍ନ ୧୨ ଟାରେ ସିଙ୍ଘୁ ବର୍ଡ଼ରରେ ସଂଯୁକ୍ତ ମୋର୍ଚ୍ଚାର ପୁନଃ ବୈଠକ ହେବ ଏବଂ ଏହା ପରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଏକ ଆନୁଷ୍ଠାନିକ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟଯେ, ସଂଯୁକ୍ତ କିସାନ୍ ମୋର୍ଚା ନେତୃତ୍ୱରେ କୃଷକମାନେ ଦିଲ୍ଲୀର ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ସୀମାରେ ଆନ୍ଦୋଳନ କରୁଛନ୍ତି। କୃଷକ ନେତାଙ୍କ ତିନୋଟି କୃଷି ଆଇନ ପ୍ରତ୍ୟାହାର ବ୍ୟତୀତ ଏମଏସପି ଆଇନ, ପ୍ରଦର୍ଶନ ସମୟରେ ପଞ୍ଜୀକୃତ ମାମଲା ଫେରସ୍ତ ସମେତ ଅନ୍ୟାନ୍ୟ ଦାବି ରହିଛି। ଏଥିମଧ୍ୟରୁ କୃଷି ଆଇନ ପ୍ରତ୍ୟାହାର ହୋଇସାରିଛି। ଏମଏସପି ଉପରେ ଏକ କମିଟି ଗଠନ ବିଷୟରେ କେନ୍ଦ୍ର ସରକାର ଆଲୋଚନା କରିଛନ୍ତି।

ତିନୋଟି କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ୍ ୨୯ ନଭେମ୍ବରରେ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା। ଏହା ପରେ, ଡିସେମ୍ବର ୧ ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି ବିଲକୁ ଅନୁମୋଦନ କରିଛନ୍ତି। ଏହା ସହିତ ସମସ୍ତ ତିନୋଟି କୃଷି ନିୟମକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରାଯାଇଥିଲା।

ଏହାପୂର୍ବରୁ ନଭେମ୍ବର ୧୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁ ପର୍ବ ଅବସରରେ ଦେଶକୁ ଦେଇଥିବା ସମ୍ବୋଧନରେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିସହିତ ଏମଏସପି ସମ୍ପର୍କରେ ଏକ କମିଟି ଗଠନ କରାଯିବ ବୋଲି ସେ କହିଥିଲେ। ବିଲ୍ ପ୍ରତ୍ୟାହାର ଘୋଷଣା ପରେ କୃଷକ ସଂଗଠନ ଏହାକୁ ସ୍ୱାଗତ କରିଥିଲେ ମଧ୍ୟ ଆନ୍ଦୋଳନ ବନ୍ଦ ନକରିବାକୁ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.