Home ଜିଲ୍ଲା ପରିକ୍ରମା ୫-ଟି ଅଧ୍ୟକ୍ଷଙ୍କୁ ବିରୋଧ କରି ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ଗୋବରପାଣି ପକାଇବା ଘଟଣା, ସମସ୍ତ ସେବାୟତଙ୍କ...

୫-ଟି ଅଧ୍ୟକ୍ଷଙ୍କୁ ବିରୋଧ କରି ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ଗୋବରପାଣି ପକାଇବା ଘଟଣା, ସମସ୍ତ ସେବାୟତଙ୍କ ପ୍ରତିବାଦ, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ଅଭିଯୋଗ

15

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଖଣ୍ଡଳମଣି ପୀଠର ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରଣ କାର୍ଯ୍ୟ ସାରି ଆସୁଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ପ୍ରାରମ୍ଭରୁ ରାଜ୍ୟ ସରକାରଙ୍କ ୫-ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଗତ ୨୭ ରେ ଗସ୍ତ କରିବା ସହ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରି ଫେରିଯାଇଥିଲେ । ୫-ଟି ଅଧ୍ୟକ୍ଷଙ୍କ ଗସ୍ତର ଦୀର୍ଘ ୩ ଘଣ୍ଟା ପରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ କର୍ମୀ ସେବାୟତଙ୍କ ନାଁ ନେଇ ମନ୍ଦିର ନିୟମକୁ ଉଲ୍ଲଂଘନ କରି ବେଢାରେ ଗୋବ ପାଣି ପକାଇବା ସହ ରାଜନୈତିକ ରାଲି କରିଥିଲେ । ଯାହାକୁ ତୀବ୍ର ନିନ୍ଦା କରାଯିବା ସହ ଦୃଢ ବିରୋଧ କରିଛନ୍ତି ମନ୍ଦିରର ସମସ୍ତ ସେବାୟତ । ରବିବାର ମନ୍ଦିରର ସମୂହ ସେବାୟତ ଏକତ୍ରିତ ହୋଇ ନିନ୍ଦା କରିବା ସହ ପ୍ରତିବାଦ ରାଲି କରି ଜିଲାପାଳ ଓ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଲିଖିତ ଅଭିଯୋଗ କରିଛନ୍ତି । ସେବାୟତଙ୍କ ଅଭିଯୋଗ ଅନୁଯାୟୀ ଗତ ୨୭ ରେ ରାଜ୍ୟ ସରକାରଙ୍କ ୫-ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ସେବାୟତମାନଙ୍କ ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା ନିମନ୍ତେ ଆଲୋଚନା କରି ଖୁସି ମନରେ ଫେରିଥିଲେ । ଏପରିକି ବାବାଙ୍କ ପୀଠର ବିକାଶ ନିମନ୍ତେ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ ଭି.କେ. ପାଣ୍ଡିଆନ । ଏପରି ସ୍ଥଳେ ଏକ ନିର୍ଦ୍ଦିଷ୍ଟ ଦଳର କିଛି ବ୍ୟକ୍ତିବିଶେଷ ମନ୍ଦିର ନିୟମକୁ ଫୁ କରି ୫-ଟି ଅଧ୍ୟକ୍ଷଙ୍କୁ ବିରୋଧ କରି ମନ୍ଦିର ବେଢାରେ ଗୋବର ପାଣି ପକାଇବା ସହ ରାଜନୈତିକ ରାଲି କରିଥିଲେ । ଯାହାକୁ ନେଇ ଆଜି ଦଳଗତ ନିର୍ବିଶେଷରେ ପ୍ରତିବାଦ କରିଥିଲେ । ଆଖଣ୍ଡଳମଣି ପୀଠର ରୂପାନ୍ତରଣ କାର୍ଯ୍ୟକୁ ସ୍ୱାଗତ କରିବା ସହ ପୀଠର ବିକାଶ ପାଇଁ ଆମ୍ଭେ ସେବାୟତ ଜମି ଓ ଘର ଦେବାକୁ ପ୍ରଶାସନ ସହ ଏକମତ ରହିଛୁ, ଆଗକୁ ରହିବୁ ମଧ୍ୟ ସମସ୍ତ ସେବାୟତ ଏକ ସ୍ୱରରେ କହିଥିଲେ । ତାହା ସହ ଯେଉଁ କେତେକ ଗଣମାଧ୍ୟମରେ ସେବାୟତଙ୍କ ନାଁରେ ମିଥ୍ୟା ନ୍ୟୁଜ୍ କରାଯାଇଛି, ତାହା ଭିତ୍ତିହୀନ ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି । ଏହି ପ୍ରତିବାଦ ରାଲିରେ ବରିଷ୍ଠ ସେବାୟତ ଅକ୍ଷୟ ପାଢୀ, ବଙ୍କିମ ପାଢୀ, କାନ୍ତାରୀ ପାଢୀ, ସୁଜିତ୍ ପଣ୍ଡା, ଗଦାଧର ପାଢୀ, ପ୍ରମୋଦ ପାଢୀ, ଯଶୋବନ୍ତ ତ୍ରିପାଠୀ, ଶିବାଜୀ ପାଢୀ, ବିଭୂତି ଭୂଷଣ ପାଢୀ, ଦିଲ୍ଲୀପ ପାଢୀ, କମଳାକାନ୍ତ ପାଢୀ ପ୍ରମୁଖ ଶତାଧିକ ସେବାୟତ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.