Home ଜିଲ୍ଲା ପରିକ୍ରମା ୫୦ ଲିଟର ଦେଶୀ ଓ ବିଦେଶୀ ମଦ ଜବତ, ୩ ଗିରଫ

୫୦ ଲିଟର ଦେଶୀ ଓ ବିଦେଶୀ ମଦ ଜବତ, ୩ ଗିରଫ

30

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଉପଜିଲାପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ ଏବଂ ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଉଭୟ ଅବକାରୀ ବିଭାଗ ଓ ପୁଲିସ୍‌ର ମିଳିତ ଚଢାଉରେ ଧାମନଗର, ଧୁଷୁରୀ ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୩ଟି ପୃଥକ୍ ପୃଥକ୍ ସ୍ଥାନ ଦୋହରାପାଟଣା, ସୁନ୍ଦରପୁର ଛକ ଓ ବଳାଜିତପଡାରେ ଚଢାଉ କରାଯାଇଥିଲା । ଏହି ମିଳିତ ଚଢାଉରେ ୩୧.୨୪୦ ଲିଟର ବିଦେଶୀ ମଦ, ୩୯ ଲିଟର ବିୟର ଓ ୯ ଲିଟର ଦେଶୀ ମଦ ଜବତ କରାଯାଇଛି । ଜଣେ ମିହଳା ସମେତ ଦୁଇଜଣ ପୁରୁଷ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି ପୁଲିସ୍ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.