Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ୧୦୦ ନୂଆ ଆକ୍ରାନ୍ତ, ଜଣଙ୍କର ମୃତ୍ୟୁ ପରେ ସଂଖ୍ୟା ୩୨

ଚିହ୍ନଟ ହେଲେ ୧୦୦ ନୂଆ ଆକ୍ରାନ୍ତ, ଜଣଙ୍କର ମୃତ୍ୟୁ ପରେ ସଂଖ୍ୟା ୩୨

40

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୧୦୦ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଫଳରେ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୦ ହଜାର ୩୪୦ । ସୁସ୍ଥଙ୍କ ସଂଖ୍ୟା ୮ହଜାର ୬୬୨ ଥିବା ବେଳେ ଜଣଙ୍କର ମୃତ୍ୟୁକୁ ନେଇ ମୋଟ ମୃତକଙ୍କ ସଂଖ୍ୟା ହୋଇଛି ୩୨ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୬୪୬ଜଣ । ନୂତନ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଚାନ୍ଦବାଲି ବ୍ଲକ ନଳଗୋହିରା ଅଞ୍ଚଳର ଜଣେ କଟକ ବଡ଼ ମେଡିକାଲରେ ଚିହ୍ନଟ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବନ୍ତ ବ୍ଲକର ଆଡିଆ ଗ୍ରାମରୁ ଜଣେ, ବିଟିପୁର ଗ୍ରାମରୁ ଜଣେ, ତାଜିପୁର ଗ୍ରାମରୁ ୩୩ଜଣ, ଚାରିଗାଁ ଗ୍ରାମରୁ ଜଣେ, ଆମ୍ପୋର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବ୍ଲକର ଅଣ୍ଢେଇପଲୀ ଗ୍ରାମରୁ ୨ଜଣ, ବହୁଦରଡ଼ାରୁ ୨ଜଣ, ରାଣିତାଲରୁ ୨ଜଣ, ଗୋପାଳବିନ୍ଧା, ଚୁନିଦା, କଳାହାଣ୍ଡିଆ ଓ ଗେଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଭଦ୍ରକ ପୌରପାଳିକାର ୧୦ ନଂ ୱାର୍ଡ ଜଗନ୍ନାଥପୁରରୁ ୩ଜଣ, ୧୧ ନଂ ୱାର୍ଡ ନୂଆବଜାରରୁ ୨ଜଣ, ୧୬ ନଂ ୱାର୍ଡ କୁଆଁସ ଗ୍ରାମରୁ ଜଣେ, ୨୩ ନଂ ୱାର୍ଡ ପୁରୁଣାବଜାରରୁ ଜଣେ, ୬ ନଂ ୱାର୍ଡ ବାଇପାସ୍‌ରୁ ୨ଜଣ, ୯ ନଂ ୱାର୍ଡ ଚାରିଘରିଆ ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି ।

ସେହିପରି ଭଣ୍ଡାରିପୋଖରୀ ବ୍ଲକର ତାଳପଦା ଗ୍ରାମରୁ ୨ଜଣ, ଦକ୍ଷିଣବାଡ ଗ୍ରାମରୁ ଜଣେ, ଆମ୍ବଗଡ଼ିଆ ଗ୍ରାମରୁ ଜଣେ, କଣ୍ଟି ଗ୍ରାମରୁ ଜଣେ, ଶ୍ୟାମସୁନ୍ଦରପୁର ଗ୍ରାମରୁ ଜଣେ, ନାଆମୀ ଗ୍ରାମରୁ ଜଣେ, ଡଗରପଡ଼ା ଗ୍ରାମରୁ ଜଣେ, ପାଟୁଳି ଗ୍ରାମରୁ ଜଣେ, ଦେଓପଡ଼ାରୁ ୨ଜଣ, ଖଡିସିଙ୍ଗାରୁ ଜଣେ, ସରସଦାରୁ ଜଣେ, ବଡଶାସନ ଗ୍ରାମରୁ ଜଣେ ଏବଂ ମଣିନାଥପୁର ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଧାମନଗର ଏନ୍‌ଏସିର ୭ନଂ ୱାର୍ଡ ଶ୍ୟାମପୁରରୁ ଜଣେ ଓ ୧୧ ନଂ ୱାର୍ଡରୁ ଜଣେ ଚିହ୍ନଟ ହୋଇଛନ୍ତି । ଧାମନଗର ବ୍ଳକର ଷୋହଡା ବାଲିପଡ଼ା ଗ୍ରାମରୁ ୩, ପଳିକିରି ଗ୍ରାମରୁ ୨ଜଣ ଚିହ୍ନଟ ହୋଇଥିବା ବେଳେ ବାସୁଦେବପୁର ବ୍ଲକର ବାହୁଆ ଗ୍ରାମରୁ ଜଣେ, କମାରଗାଁ ଗ୍ରାମରୁ ଜଣେ ଓ ସୁଗୋ ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ତିହିଡ଼ି ବ୍ଲକର ନନ୍ଦପୁର ଗ୍ରାମରୁ ଜଣେ, ବାମନବିନ୍ଧାରୁ ଜଣେ, ଦୋଳସାହିରୁ ୨ଜଣ ଓ ଡିଆସାହିରୁ ଜଣେ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଲକ ନଳଗୋହିରାରୁ ଜଣେ, ଭୁଇଁବୃତ୍ତି ଗ୍ରାମରୁ ଜଣେ, ମଧୁପୁରରୁ ୨ଜଣ, ମତୋରୁ ଜଣେ, ମଉସୁଧାରୁ ଜଣେ, ତେନ୍ତୁଲିଡିହରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଚାନ୍ଦବାଲି ଏନ୍‌ଏସିର ୧ନଂ ୱାର୍ଡରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟଜିଲ୍ଲା ମାନଙ୍କ ଭିତରୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରୁ ଜଣେ, ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରୁ ୨ଜଣ ଓ ନୟାଗଡ ଜିଲ୍ଳାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.