Home ଜିଲ୍ଲା ପରିକ୍ରମା ୫୦ ବର୍ଷରେ ପଦାର୍ପଣ କଲା ଭଦ୍ରକର ରାଜଘାଟ କାଳୀ, ଦର୍ଶକଙ୍କ ମନମୋହୁଛି ପୁରାଣ ଓ ଆଧୁନିକ...

୫୦ ବର୍ଷରେ ପଦାର୍ପଣ କଲା ଭଦ୍ରକର ରାଜଘାଟ କାଳୀ, ଦର୍ଶକଙ୍କ ମନମୋହୁଛି ପୁରାଣ ଓ ଆଧୁନିକ ଛାପର ମୋଟର ଚାଳିତ ପାଶ୍ୱର୍ ମେଢ

29

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଓଡ଼ିଶା ପ୍ରସିଦ୍ଧ କାଳୀପୂଜା ଚଳିତବର୍ଷ ଜିଲା ପ୍ରଶାସନର ନିଷ୍ପତ୍ତି କ୍ରମେ ୯ ଦିନ ପରିବର୍ତ୍ତେ ୭ ଦିନ ହେଉଛି । ଗତକାଲି ମଧ୍ୟରାତ୍ରରୁ ଚରମ୍ପା ଓ ରାଜଘାଟ ସମେତ ବିଭିନ୍ନ ସ୍ଥାନରେ ପୂଜା ପାଇଆସୁଥିବା ୧୨ ଟି ମେଢ ନିକଟରେ ରୀତିନୀତି ଅନୁଯାୟୀ ମା’ଙ୍କୁ ଆରାଧନା କରାଯାଇଛି । ତେବେ ଆଜିଠାରୁ ଏହି ମେଢଗୁଡିକ ନିକଟରେ ଜନ ସମାଗମ ଆରମ୍ଭ ହୋଇଛି । ୧୨ ଟି କାଳୀ ମଧ୍ୟରୁ ରାଜଘାଟ କାଳୀପୂଜା ଚଳିତବର୍ଷ ତାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛି । ଦୀର୍ଘ ୩୦ ବର୍ଷ ଏହି କମିଟିର ସଭାପତି ଭାବେ ରହିଆସିଥିବା ସମାଜସେବୀ ଅଶୋକ କୁମାର ନାୟକ ଓ ସଂପାଦକ ବ୍ରଜଗୋପାଳ ଦାସଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ମାତ୍ର ୭ ଶହ ଟଙ୍କାରେ ଆରମ୍ଭ ହୋଇଥିବା ଏହି ପୂଜାର ବ୍ୟୟ ଏବେ ପ୍ରାୟ ୭ ଲକ୍ଷ ଟଙ୍କାରେ ପହଞ୍ôଚଛି । ପୂର୍ବରୁ ଯେଉଁଭଳି ଭାବେ ଯାକଜମକରେ ଏହା ପାଳିତ ହେଉଥିଲା, ଏବେ ତାହା ସେହିଭଳି ଭାବେ ପାଳିତ ହୋଇଆସୁଅଛି । ଚଳିତବର୍ଷ ଏହି ମେଢର ବିଶେଷ ଆକର୍ଷଣ ବାରୁଆଳୀ (ପାଶ୍ୱର୍ ମେଢ) । କୋଲକାତାରୁ ଆସିଥିବା ଶିଳ୍ପୀମାନେ ଯେଉଁ ବିଦ୍ୟୁତ୍ ଚାଳିତ ପାଶ୍ୱର୍ ମେଢ ନିର୍ମାଣ କରିଛନ୍ତି, ତାହା ବେଶ୍ ଶିକ୍ଷଣୀୟ । ପୁରାଣ ଓ ଆଧୁନିକତାର ଛାପରେ ଜଟାୟୁ ବଧ ଠାରୁ ଆରମ୍ଭ କରି ଶ୍ରୀକୃଷ୍ଣ ରାଧାଙ୍କ କେଳି ସହିତ ବର୍ତ୍ତମାନ ଯୁଗରେ ଉଗ୍ରନାରୀର ଚରିତ୍ରକୁ ଏହି ଶିଳ୍ପୀମାନେ ବେଶ୍ ଚିତ୍ରଣ କରିଛନ୍ତି । ଏହି ପାଶ୍ୱର୍ ମେଢରେ ପ୍ରାୟ ଏକଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିବାବେଳେ ବିୁଦ୍ୟତ୍ ଗେଟ୍ ଓ ଟେଣ୍ଡ ବାବଦକୁ ୨ ଲକ୍ଷ ଓ ମା’ଙ୍କ ମେଢ ଓ ପୂଜାର୍ଚ୍ଚନାରେ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ପୂଜାରେ ସମସ୍ତ ଖର୍ଚ୍ଚ ପରେ ଏବେ ପ୍ରାୟ ଯେଉଁ ୩ ଲକ୍ଷ ଟଙ୍କା ବଳକା ରହିଛି, ସେଥିରେ ମା’ଙ୍କର ଏକ ସ୍ଥାୟୀ ମଣ୍ଡପ ନିର୍ମାଣର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ନାୟକ କହିଛନ୍ତି । ତେବେ ପାଖ ଦୁଇଟି ଗ୍ରାମବାସୀଙ୍କ ବିନା ସହାୟତାରେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ଏହି ପୂଜା ଆଜି ପର୍ଯ୍ୟନ୍ତ ଜିଲା ପ୍ରଶାସନର ସହଯୋଗରେ ବେଶ୍ ଶାନ୍ତିଶୃଙ୍ଖଳା ସହ ପାଳିତ ହୋଇଆସୁଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.