Home ଓଡ଼ିଶା ୫୦୦ ଟପିଲା ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା

୫୦୦ ଟପିଲା ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା

140

ବାଲେଶ୍ୱର, ୧୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ସମ୍ପ୍ରତି କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଥିବା ବେଳେ ଆଗାମୀ ଦିନରେ ଏହା ଅଧିକ ମାରାତ୍ମକ ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ଦେଖାଦେଲାଣି। ସମ୍ପ୍ରତି ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ୯୫ ହଜାର ୭୨୮ ଛୁଇଁଥିବା ବେଳେ ଆଜି ୪୬୦ ଜଣଙ୍କୁ ମିଶାଇ ୨୧ ହଜାର ୬୩୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ଅନୁରୂପ ଭାବେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୧୧, ୯୫୬ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆଜି ୪ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬ରେ ପହଞ୍ଚିଛି। ସେହିଭଳି ବାଲେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ଚିହ୍ନଟ ହୋଇଥିବା ୯ ଜଣ ନୂଆ ପଜିଟଭ୍‌ଙ୍କୁ ମିଶାଇ ଜିଲ୍ଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା ଆଜି୫୦୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାକି ୪ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ତେବେ ଗତ ୩ ଦିନ ଧରି ଜିଲ୍ଲାରେ ବଢ଼ିଥିବା ସ୍ଥାନୀୟ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସିମୁଳିଆ ବ୍ଳକର ମାର୍କୋଣା ପଞ୍ଚାୟତ ଓ ଅନ୍ୟ କେତେକ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟଜୋନ୍ ଭାବେ ଘୋଷଣା କରାଯାଇଛି। ସେହିଭଳି ସଦର ବ୍ଲକର କସିପଦା ଓ ଆଙ୍କ ପଞ୍ଚାୟତରେ ସଟ୍ ଡାଉନ୍ ଲାଗୁ କରାଯାଇଛି। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବଢ଼ୁଥିବା କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଏବେ କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.