Home ଓଡ଼ିଶା ଟ୍ୟାକ୍ସ ହ୍ରାସରେ ଆଶ୍ୱସ୍ତ ମଦ ଉପଭୋକ୍ତା ବିକ୍ରି ପରିମାଣ ବଢ଼ିବା ଆଶାରେ ଦୋକାନୀ

ଟ୍ୟାକ୍ସ ହ୍ରାସରେ ଆଶ୍ୱସ୍ତ ମଦ ଉପଭୋକ୍ତା ବିକ୍ରି ପରିମାଣ ବଢ଼ିବା ଆଶାରେ ଦୋକାନୀ

128

ବାଲେଶ୍ୱର, ୧୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଦୀର୍ଘଦିନ ଧରି ବନ୍ଦ ରହିଥିବା ସରକାରୀ ପଞ୍ଜୀକୃତ ମଦ ଦୋକାନ ଖୋଲିଥିଲେ ବି ସରକାରଙ୍କ ୫୦ ପ୍ରତିଶତ ଅଧିକ ଟ୍ୟାକ୍ସ ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ମାତ୍ର ଏହି ଟ୍ୟାକ୍ସକ‌ୁ ସରକାର ଏବେ ୩୫ ପ୍ରତିଶତ ହ୍ରାସ କରିବା ଯୋଗୁଁ ଉପଭୋକ୍ତା ମହଲରେ କିଛିଟା ଆଶ୍ୱସ୍ତି ପରିଲକ୍ଷିତ ହୋଇଛି। ଫଳରେ ଆଜିଠାରୁ ବାଲେଶ୍ୱରର ପଞ୍ଚୀକୃତ ଦୋକାନ ମାନଙ୍କରେ ବିକ୍ରି ହାର ବୃଦ୍ଧି ପାଇଥିବା ଜଣାପଡ଼ିଛି। ଦୋକାନରେ ଭିଡ଼ କମାଇବା ପାଇଁ ଦୋକାନୀମାନଙ୍କ ପକ୍ଷରୁ ଯଦିଚଃ ପଦକ୍ଷେପ ନିଆଯାଉଛି, ତେବେ ଦୋକାନ ବନ୍ଦ ହେବା ସମୟ ଅର୍ଥାତ ସଂଧ୍ୟା ୬ଟା ବେଳେ ଅଧିକ ଭିଡ଼ ହେଉଥିବା ଲକ୍ଷ୍ୟ କରାଯାଇଛି। ପୂର୍ବରୁ ନିଗମଠାରୁ ଦୋକାନୀମାନେ ନେଇଥିବା ଅଧିକ ଟ୍ୟାକ୍ସଯୁକ୍ତ ମଦ ମଧ୍ୟ ୩୫ ପ୍ରତିଶତ ହ୍ରାସ ସହ ବିକ୍ରି କରିବେ ବୋଲି ଜିଲ୍ଲା ଅବକାରୀ ବିଭାଗକୁ ଆସିଥିବା ଚିଠିରୁ ଜଣାପଡ଼ିଛି। କୌଣସି ଦୋକାନୀ ପୂର୍ବର ଅଧିକ ମୂଲ୍ୟରେ ମଦ ବିକ୍ରି କରିପାରିବେ ନାହିଁ ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗରୁ ଚୋରା ମଦ ବାଲେଶ୍ୱରକୁ ଆସିବା କାରଣରୁ ଜିଲ୍ଲାର ପଞ୍ଜୀକୃତ ଦୋକାନୀଙ୍କ ଧାର୍ଯ୍ୟ ବିକ୍ରି ପରିମାଣ ହ୍ରାସ ହେଉଥିବା ନେଇ ଦୋକାନୀମାନେ ଆରୋପ ଉଠାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.