Home ଅପରାଧ ଅବସରପ୍ରାପ୍ତ ସେନା କର୍ମଚାରୀ ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଜିଲ୍ଲା ଜଜ୍‌

ଅବସରପ୍ରାପ୍ତ ସେନା କର୍ମଚାରୀ ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଜିଲ୍ଲା ଜଜ୍‌

148

ଭୁବନେଶ୍ୱର୨୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନୟାପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜରେ ଘଟିଥିବା ଚର୍ଚିତ ଉଷାଶ୍ରୀ ହତ୍ୟାକାଣ୍ଡ ଘଟଣାର ସୋମନାଥ ପରିଡ଼ା ନାମକ ଜଣେ ଅବସରପ୍ରାପ୍ତ ସେନା ଡାକ୍ତର(କର୍ଣ୍ଣେଲ) ପତ୍ନୀ ଉଷାଶ୍ରୀ ପରିଡ଼ାଙ୍କୁ ୩ଶହ ଖଣ୍ଡ କରି ୨୦୧୩ ଜୁନ୍ ୨୧ ତାରିଖ ମଧ୍ୟ ରାତିରେ ହତ୍ୟା କରିଥିଲେ । ଘଟଣା ଘଟିଥିବାର ସାତ ବର୍ଷ ପରେ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଖୋର୍ଦ୍ଧା ଜିଲ୍ଲା ଜଜ୍ । ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

 

ପ୍ରଥମେ ପ୍ରଥମେ ସୋମନାଥ ପୁଲିସକୁ ଭୁଆଁ ବୁଲାଇବାକୁ ଯାଇ କହିଥିଲେ ପତ୍ନୀ ଉଷାଶ୍ରୀ ଆତ୍ମହତ୍ୟା କରିଛନ୍ତି । ସେ କେବଳ ତାଙ୍କ ମୃତଦେହକୁ ଶିରିଡ଼ିଠାରେ ସତ୍କାର କରିବାକୁ ଖଣ୍ଡଖଣ୍ଡ କରିଥିଲେ । ଶେଷରେ ପୁଲିସ ସୋମନାଥଙ୍କୁ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଖୋର୍ଦ୍ଧା ଜିଲ୍ଲା ଜଜ୍ । ପତ୍ନୀଙ୍କୁ ହତ୍ୟା ପରେ ମୃତଦେହର ୩୦୦ ଖଣ୍ଡ କରିଥିଲା ଅଭିଯୁକ୍ତ । ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ସୋମନାଥ ପରିଡ଼ାଙ୍କୁ ଆଜୀବନ କାରାବସା ଶୁଣାଇଛନ୍ତି ଜିଲ୍ଳା ଜଜ୍ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.