Home ଜିଲ୍ଲା ପରିକ୍ରମା ୫ମ ବଦ୍ରୀ ନାରାୟଣ ହୋତା ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା ଉଦଘାଟିତ

୫ମ ବଦ୍ରୀ ନାରାୟଣ ହୋତା ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା ଉଦଘାଟିତ

126

ସମ୍ବଲପୁର, ୧୨/୧୨ (ଓଡ଼ିଆ ପୁଅ) ସ୍ଥାନୀୟ କମିଶନର୍ସ କଲୋନୀ ଖେଳ ପଡ଼ିଆ ଠାରେ ୫ମ ବଦ୍ରୀ ନାରାୟଣ ହୋତା ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା ବୁଧବାର ଦିନ ଉଦଘାଟିତ ହୋଇଛି। ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିବସର ଦୁଇଟି ଖେଳରେ ଆୟୋଜକ ଜଗନ୍ନାଥ କଲୋନୀ କ୍ରିକେଟ କ୍ଲବ ଏବଂ ମାନେଶ୍ୱରର ଏମଏମବିସି ଏକାଦଶ ବଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନିତ ହୋଇଛନ୍ତି।

ପ୍ରଥମ ଖେଳରେ ହୀରାକୁଦର ଆଗୁଆନ କ୍ଲବ ଦଳ ୧୧୪ ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲେ। ଦଳ ପକ୍ଷରୁ ନେତ୍ରାନନ୍ଦ ପଟ୍ଟନାୟକ ୨୨ ଏବଂ ଏସକେ ଚାନ୍ଦବାବୁ ୨୧ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ମାନେଶ୍ୱରର ଶଙ୍କର ରେଡ଼ି ୭ ଓ ବିଜୁ ମେହେର ୨ଟି ୱିକେଟ ଅକ୍ତିଆର କରିଥିଲେ। ମାନେଶ୍ୱର ଦଳ ୧୨.୧ ଓଭରରେ ମାତ୍ର ଦୁଇ ୱିକେଟ ବିନିମୟରେ ୧୧୮ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। ଦଳର ମାନସ ନାୟକ ୪୨ଟି ବଲରେ ୭୮ ରନ ସଂଗ୍ରହ କରିଥିଲେ। ମାନେଶ୍ୱରର ଶଙ୍କର ରେଡ଼ି ମେନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ।

ଦ୍ୱିତୀୟ ଖେଳରେ ଜଗନ୍ନାଥ କଲୋନୀ କ୍ଲବ ଦଳ ନିର୍ଧାରୀତ ୨୦ ଓଭରରେ ୪ ୱିକେଟ ହରାଇ ୨୦୪ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ଅନୁପ ପ୍ରଧାନ୭୨, ଅଜିତ ହୋତା ୩୬ ଏବଂ ଟିଲୁ ସାହୁ ୩୫ ରନ କରିଥିଲେ। ବିପକ୍ଷ ସ୍ପୋର୍ଟିଂ ୟୁନିୟନ ପକ୍ଷରୁ କରୁଣାକର ଚନ୍ଦନ ୱିକେଟ ହାସଲ କରିଥିଲେ। ସ୍ପୋର୍ଟିଂ ୟୁନିୟନ ଦଳ ୨୦ଟି ଯାକ ଓଭର ଖେଳିଥିଲେ। ହେଲେ ୫ ୱିକେଟ ବିନିମୟରେ ୧୮୧ ରନ କରିଥିଲେ। ଦଳର ଦେବାଶୀଷ ବେହେରା ଅପରାଜିତ ୬୨ ଏବଂ ଉଦିତ ମେହେର ୪୨ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। ବିଜୟୀ ଜଗନ୍ନାଥ କଲୋନୀ କ୍ଲବର ଅବିନାଶ ନନ୍ଦ ଓ ଟିଲୁ ସାହୁ ୨ଟି ଲେଖାଁ ଏ ୱିକେଟ ହାସଲ କରିଥିଲେ। ଦଳର ଅନୁପ ପ୍ରଧାନଙ୍କୁ ମେନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରିୟାଂଶୁ ପତି ଏବଂ ବିକାଶ ମେହେର ଆମ୍ପାୟାର ଓ କେଶବ ପଢିଆରୀ ସ୍କୋରର ଭାବରେ ଉଭୟ ଖେଳ ପରିଚାଲନା କରିଥିଲେ। ପ୍ରତିଯୋଗୀତାରେ ଜିଲ୍ଲାର ଦଶଟି ବଛାବଛା କ୍ରିକେଟ ଦଳ ଭାଗ ନେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.