Home ଓଡ଼ିଶା ଆସାମ ପରେ ମେଘାଲୟରେ ମଧ୍ୟ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ଉପରେ ପ୍ରତିବନ୍ଧ : ପୋଲିସ...

ଆସାମ ପରେ ମେଘାଲୟରେ ମଧ୍ୟ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ଉପରେ ପ୍ରତିବନ୍ଧ : ପୋଲିସ ଫାଇରିଂରେ ୨ ଜଣଙ୍କର ମୃତ୍ୟୁ

508

ନାଗରିକତା ସଂଶୋଧନ ବିଧେୟକ ବିରୁଦ୍ଧରେ ପ୍ରଦର୍ଶନ :

ଗୌହାଟୀ ୧୨-୧୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ବିଧେୟକ ବିରୁଦ୍ଧରେ ଆସାମରେ ଜାରୀ ପ୍ରଦର୍ଶନ ଗୁରୁବାର ମଧ୍ୟ ଉଗ୍ରରୂପ ଧାରଣ କରିଛି। ଗୌହାଟୀ ପୋଲିସ ଏବଂ ପ୍ରଦର୍ଶନକାରିମାନଙ୍କ ମଧ୍ୟରେ ସଂଘର୍ଷରେ ୨ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଏହା ବ୍ୟତୀତ ଗୁରୁତର ଭାବରେ ଆହତ ଦୁଇଜଣ ପ୍ରଦର୍ଶନକାରିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଆସାମ ପରେ ମେଘାଳୟର ରାଜଧାନୀ ଶିଲଂରେ ମଧ୍ୟ ପ୍ରଦର୍ଶନ ପରେ ଇଣ୍ଟରନେଟ ଉପରେ ୪୮ ଘଣ୍ଟା ପାଇଁ ପ୍ରତିବନ୍ଧ ଲଗାଇ ଦିଆଯାଇଛି। ଏହା ପୂର୍ବରୁ ପ୍ରଦର୍ଶନକାରୀମାନେ ବିଜେପି ବିଧାୟକ ବିନୋଦ ହଜାରିକାଙ୍କର ଘରେ ନିଆଁ ଲଗାଇ ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସୀ ପିଟିଆଇ ଅନୁସାରେ ଡିବ୍ରୁଗଡ଼ ଜିଲା ସ୍ଥିତ ଚବୁଆରେ ଭାରତୀୟ ଜନତା ପାଟି ବିଧାୟକ ବିନୋଦ ହଜାରିକାଙ୍କର ଘରେ ନିଆଁ ଲଗାଇ ଦେଇଛନ୍ତି ପ୍ରଦର୍ଶନକାରୀ। କୁହାଯାଉଛିଯେ, ଏକ ସର୍କିଲ ଅଫିସ୍ ରେ ମଧ୍ୟ ପ୍ରଦର୍ଶନକାରିମାନେ ନିଆଁ ଲଗାଇ ଦେଇଛନ୍ତି। ନାଗରିକତା ସଂଶୋଧନ ବିଧେୟକ ୨୦୧୯ ର ବିରୋଧ କରୁଥିବା ଲୋକମାନେ ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି।

ନାଗରିକତା ସଂଶୋଧନ ବିଧେୟକ ୨୦୧୯ (Citizen Amedment Bill) କୁ ସଂସଦରେ ମଞ୍ଜୁରୀ ମିଳିବାକ୍ଷଣି ଆସାମରେ ପ୍ରଦର୍ଶନ ଦିନକୁଦିନ ଉଗ୍ର ହେଉଛି। ଗୁରୁବାରଦିନ ଗୌହାଟୀରେ ପ୍ରଦର୍ଶନକାରିମାନେ ଏକ ରେଲୱେ ଷ୍ଟେସନ ଉପରେ ହମଲା କରିଥିଲେ। ଅପର ପକ୍ଷରେ କେତେକ ଯାଗାରେ ନିଆଁ ଲଗାଇଦେବା ସହିତ ଭଙ୍ଗାରୁଜା କରିଥିଲେ। ଏପରି ଗୌହାଟୀ ଯିବାକୁ ଥିବା ସମସ୍ତ ଟ୍ରେନ ଏବଂ ଫ୍ଲାଇଟ୍ସ ଶୁକ୍ରବାର ପର୍ଯ୍ୟନ୍ତ କ୍ୟାନସଲ କରାଯାଇଛି। ନାଗରିକତା ସଂଶୋଧନ ବିଲ ଉପରେ ଆସାମରେ ହେଉଥିବା ଉଗ୍ର ବିରୋଧ ପ୍ରଦର୍ଶନକୁ ଦେଖି ବାଂଗ୍ଲାଦେଶର ବିଦେଶ ମନ୍ତ୍ରୀ ଏକେ ଅବ୍ଦୁଲ ନିଜର ତିନି ଦିବସୀୟ ଭାରତ ଗସ୍ତ ରଦ୍ଦ କରିଦେଇଛନ୍ତି।

ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଲୋକମାନଙ୍କୁ ଶାନ୍ତି ବନାଇ ରଖିବାପାଇଁ ଅପୀଲ କରିଛନ୍ତି। ଅବସ୍ଥା ଉପରେ କାବୁ ପାଇବା ପାଇଁ ଗୌହାଟୀ ସମେତ ଆସାମର ଅନେକ ସହର ଗୁଡ଼ିକ ଉପରେ ସେନାର ଜବାନ ନିଯୁକ୍ତ କରାଯାଇଛି। ନାଗରିକତା (ସଂଶୋଧନ) ବିଧେୟକ (Citizen Amedment Bill) କୁ ନେଇକରି ବ୍ୟାପକ ବିରୋଧ ପ୍ରଦର୍ଶନ ମଧ୍ୟରେ ସୁପ୍ରୀମ କୋର୍ଟରେ ପ୍ରଥମ ଯାଚିକା ଦାୟର କରାଯାଇଛି। ଇଣ୍ଡିଆନ୍ ୟୁନିଯନ ମୁସ୍ଲିମ ଲୀଗର ୪ ଜଣ ସାଂସଦ ଏହି ବିଲ ବିରୁଦ୍ଧରେ ଯାଚିକା ଦାଖଲ କରିଛନ୍ତି। ଯାଚିକାରେ କୁହାଯାଇଛି କି ଭାରତର ସଂବିଧାନ ଧର୍ମର ଆଧାରରେ ବର୍ଗୀକରଣ କରିବାକୁ ଅନୁମତି ଦିଏ ନାହିଁ। ତେଣୁ ନାଗରିକତା ସଂଶୋଧନ ବିଲ ଅସଂବୈଧାନିକ ଅଟେ। ଏହି ବିଲ ସଂବିଧାନର ଅନୁଚ୍ଛେଦ ୧୪ ଅନୁଯାୟୀ ଟ୍ଵୀନ ଟେଷ୍ଟରେ ପାଶ୍ ହେବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.