Home ଓଡ଼ିଶା ୫ଟି ସଚିବ ଭି କେ ପାଣ୍ଡିୟାନଙ୍କ ସମୀକ୍ଷା

୫ଟି ସଚିବ ଭି କେ ପାଣ୍ଡିୟାନଙ୍କ ସମୀକ୍ଷା

35

ପୁରୀ, ୧୯/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ୫ଟି ସଚିବ ଭି କେ ପାଣ୍ଡିଆନ ଏମଂ ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ର ପୁରୀ ଗ୍ରସ୍ତକୁ ଆସି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ଫେରିବା ପରେ ଶ୍ରୀମନ୍ଦିର ଖୋଲିବା ନେଇ ଚାଲିଛି ବିସ୍ତୃତ ଆଲୋଚନା, ୫ଟି ସଚିବ ଓ ଉନ୍ନୟନ କମିଶନଙ୍କ ପରାମର୍ଶ ଅନୁଯାୟୀ ଦର୍ଶନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ।ଜିଲ୍ଲାପାଳ ବଲୱନ୍ତ ସିଂ, ଉପଜିଲ୍ଲାପାଳ ଭବତାରଣ ସାହୁ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ୨୩ ରୁ ଶ୍ରୀମନ୍ଦିର ଖୋଲିବା ନେଇ ଏସଓପି ଉପରେ ଚାଲିଛି ବିଚାର ବିମର୍ଶ। ଯାହା ଘୋଷଣା କରାଯାଇଛି ତାହାର ପରିବର୍ତ୍ତନ ହେବ କି ଆଉ କିଛି ନୂଆ ନିଷ୍ପତ୍ତି ନିଆଯିବ ତାହା ଉପରେ ଚାଲିଛି ଆଲୋଚନା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.